ମୁଖ୍ୟ ଖବର ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକା ଜଣଙ୍କ କାଙ୍ଗୁଲା ଗ୍ରାମର ରଞ୍ଜିତ ଘଡେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ରଞ୍ଜିତ ରାତି ପ୍ରାୟ ୯ ଟା ବେଳେ ରାସ୍ତାରେ ଯାଉଥିବା ବେଳେ ଅନୁଗୁଳ ପଟରୁ ମହୀଧରପୁର ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରିପର ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣାରେ ରଞ୍ଜିତଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତା ପଡିଥିଲା । ସେପଟେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଗାଡିଟି ମହୀଧରପୁର ଠାରେ ଧରା ପଡିଥିବା ସୂଚନା ମିଳିଛି । Advertisement
ସଡକ ଦୁର୍ଘଟଣାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ…
ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି , ୩୦ ଘଣ୍ଟା ପଡି ରହିଲା ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ରାମପୁର ଗ୍ରାମର ପଣ୍ଡେଇ ଭୋଇଙ୍କର ମଙ୍ଗଳବାର ଦିନ ତାଙ୍କ ବାସଭବନରେ ପରଲୋକ ହୋଇ ଯାଇଥିଲା । ହେଲେ ସେ…
୧୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୁଭଦ୍ରା ପଦିଲ ନ୍ୟାୟ ମହାମଞ୍ଚ ପକ୍ଷରୁ ଆସନ୍ତା ୧୯ ତାରିଖ ଦିନ ପିଡିତା ସୁଭଦ୍ରାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଅନୁଗୁଳ…