ଅପରାଧ ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ତ୍ରୀ । ଆଉ ଗୁରୁତର ଅବସ୍ଥାରେ ସ୍ଵାମୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଗୋଳାଗାଡିଆର ଅରୁଣ ମିଶ୍ର ନାମକ ଜଣେ ବ୍ୟକ୍ତି ଘର ଖର୍ଚ୍ଚ ପାଇଁ ନିଜ ସ୍ତ୍ରୀ ଠାରୁ ୧ ହଜାର ଟଙ୍କା ନେଇଥିଲେ । ତେବେ ଆଜି ସକାଳେ ସ୍ଵାମିକୁ ସେହି ଟଙ୍କା ଫେରାଇବାକୁ ସ୍ତ୍ରୀ ବାଧ୍ୟ କରିଥିଲେ । ଏହାକୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳହ ହୋଇଥିଲା । ତେବେ ଏହି କଳହ ବେଳେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏକ ଟାଙ୍ଗିଆରେ ସ୍ବାମୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟ ଅରୁଣଙ୍କ ଅଣ୍ଟାରେ ବାଜିବା ଫଳରେ ସେ ସେଠାରେ ପଡି ଯାଇଥିଲେ । ପରିବାର ଅନ୍ୟ ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଆକ୍ରମଣ କରିବା ପରେ ସ୍ତ୍ରୀ ଘରୁ କେଉଁଆଡେ ପଳାଇ ଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ ଅନୁଗୁଳ – ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ । ଏଭଳି ଘଟଣା ଘଟିଛି ଅନୁଗୁଳ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଠାକୁରଗଡ…
ଗାଁ ସଭାପତି ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼କ୍ଷେତା ଗ୍ରାମର ତିନି ବର୍ଷ ତଳେ ଗାଁ ସଭାପତିଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ରାୟ ମଙ୍ଗଳବାର ଅତିରିକ୍ତ…
ରାତି ଅଧରେ ଦୋକାନ ଆଗରୁ ଏମିତି ଏକ ଚୋରି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ ଅନୁଗୁଳ – ବଲବ ଚୋରି । ଏଭଳି ଏକ ସାମାନ୍ୟ ଘଟଣା କଏଦ ହୋଇଛି ସିସି ଟିଭିରେ । ଜଣେ ଚୋର ଅଟୋ ରିକ୍ସାରେ ଆସି ରାତି…