ଅପରାଧ ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ତ୍ରୀ । ଆଉ ଗୁରୁତର ଅବସ୍ଥାରେ ସ୍ଵାମୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଗୋଳାଗାଡିଆର ଅରୁଣ ମିଶ୍ର ନାମକ ଜଣେ ବ୍ୟକ୍ତି ଘର ଖର୍ଚ୍ଚ ପାଇଁ ନିଜ ସ୍ତ୍ରୀ ଠାରୁ ୧ ହଜାର ଟଙ୍କା ନେଇଥିଲେ । ତେବେ ଆଜି ସକାଳେ ସ୍ଵାମିକୁ ସେହି ଟଙ୍କା ଫେରାଇବାକୁ ସ୍ତ୍ରୀ ବାଧ୍ୟ କରିଥିଲେ । ଏହାକୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳହ ହୋଇଥିଲା । ତେବେ ଏହି କଳହ ବେଳେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏକ ଟାଙ୍ଗିଆରେ ସ୍ବାମୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟ ଅରୁଣଙ୍କ ଅଣ୍ଟାରେ ବାଜିବା ଫଳରେ ସେ ସେଠାରେ ପଡି ଯାଇଥିଲେ । ପରିବାର ଅନ୍ୟ ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଆକ୍ରମଣ କରିବା ପରେ ସ୍ତ୍ରୀ ଘରୁ କେଉଁଆଡେ ପଳାଇ ଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
ଚୋରି ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…