ମୁଖ୍ୟ ଖବର ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ Angul OnlineSeptember 27, 2021September 27, 2021 ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ ଫସିଯିବା ପରେ ଉଦ୍ଧାର କରିଛି ବନ ବିଭାଗ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମାନଜୋର ଡ୍ୟାମ ପରିସରରେ ପନ୍ଦର ଟିକିଆ ହାତୀ ପଲ ପାର ହୋଇ ଜଙ୍ଗଲ କୁ ଯାଉଥିବା ସମୟରେ ଏକ ଛୁଆ ହାତୀ ପାଣି ମଧ୍ୟରେ ଫସି ଯାଇଥିଲା । ହାତୀ ଛୁଆ ଫସି ଯାଇଥିବା ଦେଖି ମସ୍ୟଜୀବୀ ଓ ବନବିଭାଗ କର୍ମଚାରୀ ମାନଙ୍କ ପ୍ରାୟ ଚାରି ଘଣ୍ଟାର ପରିଶ୍ରମ ପରେ ହାତୀ ଛୁଆକୁ ଉଦ୍ଧାର କରାଅ ଯାଇଥିଲା । ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ ଉପସ୍ଥିତି ରେ ଛୁଆ ହାତୀକୁ ନେଇ ମା ହାତୀ ପାଖରେ ବନ ବିଭାଗ ଛାଡିଥିଲା । ଛୁଆ ହାତୀଟି ବର୍ତମାନ ସଂପୂଣ୍ଣ ସୁସ୍ଥ ଥିବା ବନ ବିଭାଗ କହିଥିବା ବେଳେ ଏବେ ବି ତା ଉପରେ ନଜର ରଖାଯାଇଛି ।. Advertisement
ପୁଣି ତିନି ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଆକ୍ସନ ମୁଡ଼ରେ ପ୍ରଶାସନ । ସହରର ବଜାର ଭିତରେ ଥିବା କିଛି ଦୋକାନ ବାରମ୍ବାର ତାଗିଦ କରିବା ସତ୍ୱେ ରାସ୍ତା ଉପରେ ଆବର୍ଜନା ପକାଇ…
ଅନୁଗୁଳ ପୌରାଞ୍ଚଳ ସଟଡାଉନ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ…
କାର ଭିତରୁ ସୁରକ୍ଷାକର୍ମୀଙ୍କ ମୃତଦେହ ଉଦ୍ଧାର ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ କାଣ୍ଡସର ଗ୍ରାମ ନିକଟରେ ଛିଡ଼ା ହୋଇଥିବା (ଓଡ଼ି ୧୯ଟି ୫୮୨୦) ଏକ ମାରୁତି…