ଜିଲ୍ଲାପାଳଙ୍କ ସହ ଉନ୍ନୟନ କାର୍ଯ୍ୟର ଆଲୋଚନା କଲେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ

ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ଯୋଗମଣ୍ଡପ ସ୍ଥାପନ ଓ  ଅନଗୁଳ ସହରରେ ଥିବା ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଓ ଅନଗୁଳ ସହରର ସରକାରୀ ଜାଗା ଗୁଡିକର ପୁନରୁଦ୍ଧାର ପାଇଁ ସେ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ ବେଳେ ଜିଲ୍ଲାର ବିଭିନ୍ନ ଦିଗ ଉପରେ ଉନ୍ନତି ହେବ ସେଥି ପାଇଁ ଜିଲ୍ଲାପାଳଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିବା ସହ ସହରର ପ୍ରମୁଖ ରାସ୍ତାରେ ଗାଡ଼ି ପାର୍କିଂର ସୁବିଧା ,  ଭେଣ୍ଡିଂ ଜୋନ ଓ ଅନଗୁଳ ସହରର ସୌନ୍ଦର୍ଯ୍ୟକରଣ  ନିମନ୍ତେ  ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଆଉ ଜିଲ୍ଲାପାଳ   ଯଥା ସମ୍ଭବ ଏହି ସବୁ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି । ଆଯର ଏହି ସାକ୍ଷାତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଦୀପ ଦେବତା, କମଲକାନ୍ତ ସାହୁ, ଶୁଭେନ୍ଦୁ ପ୍ରଧାନ, ଚନ୍ଦନ କୁମାର ସାହୁ , ବୁବୁନୁ ପ୍ରଧାନ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page