ଜିଲ୍ଲାପାଳଙ୍କ ସହ ଉନ୍ନୟନ କାର୍ଯ୍ୟର ଆଲୋଚନା କଲେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ

ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଜିଲ୍ଲାପାଳଙ୍କୁ ଭେଟି ଯୋଗମଣ୍ଡପ ସ୍ଥାପନ ଓ  ଅନଗୁଳ ସହରରେ ଥିବା ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଓ ଅନଗୁଳ ସହରର ସରକାରୀ ଜାଗା ଗୁଡିକର ପୁନରୁଦ୍ଧାର ପାଇଁ ସେ ଅନୁରୋଧ କରିଥିଲେ ଜିଲ୍ଲାପାଳଙ୍କୁ ସାକ୍ଷାତ ବେଳେ ଜିଲ୍ଲାର ବିଭିନ୍ନ ଦିଗ ଉପରେ ଉନ୍ନତି ହେବ ସେଥି ପାଇଁ ଜିଲ୍ଲାପାଳଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିବା ସହ ସହରର ପ୍ରମୁଖ ରାସ୍ତାରେ ଗାଡ଼ି ପାର୍କିଂର ସୁବିଧା ,  ଭେଣ୍ଡିଂ ଜୋନ ଓ ଅନଗୁଳ ସହରର ସୌନ୍ଦର୍ଯ୍ୟକରଣ  ନିମନ୍ତେ  ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ଆଉ ଜିଲ୍ଲାପାଳ   ଯଥା ସମ୍ଭବ ଏହି ସବୁ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି । ଆଯର ଏହି ସାକ୍ଷାତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଦୀପ ଦେବତା, କମଲକାନ୍ତ ସାହୁ, ଶୁଭେନ୍ଦୁ ପ୍ରଧାନ, ଚନ୍ଦନ କୁମାର ସାହୁ , ବୁବୁନୁ ପ୍ରଧାନ ଉପସ୍ଥିତ ଥିଲେ

Advertisement

Leave a Reply

Your email address will not be published. Required fields are marked *

You cannot copy content of this page