ଅପରାଧ ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ Angul OnlineOctober 14, 2021October 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରୀପୁର ଗ୍ରାମର ଦୀପୁ ନାଏକ , ଚାଉଳିକୁଟା ଗ୍ରାମର ହାପି ନାଏକ , ରେମୁଆଁ ମୁଣ୍ଡା ସାହିର ସରୋଜ ସିଂହ, ଚାଉଳିକୁଟା ଗ୍ରାମର କପିଳ ନାଏକ ଓ ଧରମପୁର ଗ୍ରାମର କମଳାକାନ୍ତ ମହାପାତ୍ର । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ , ଗିରଫ ଅଭିଯୁକ୍ତ ମାନେ ପିସ୍ତଲ, ଖଣ୍ଡା, ଭୁଜାଲି ଭଳି ମାରାଣାସ୍ତ୍ର ଧରି ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ଚଢ଼ାଉ କରିବା ସହ ଏକ ବଡ଼ ଧରଣର ଡକାୟତି ପଣ୍ଡ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମାନେ ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି , ରାହାଜାନିରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । Advertisement
ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଓ ତାଙ୍କ ସମ୍ପର୍କୀୟ ଅନୁଗୁଳ – ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଏବଂ ତାଙ୍କ ସମ୍ପର୍କୀୟ । ରଙ୍ଗ ନମ୍ବରରେ କଲ କରିବା ପରେ ମହିଳାଙ୍କୁ ବାରମ୍ବାର ଫୋନ କରି…
ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ…
କାର ସହ ୫୨ କେଜି ଗଞ୍ଜେଇ ଜବତ-୪ ଜଣ ଯୁବକ ଗିରଫ ପାଲଲହଡା – ଗଞ୍ଜେଇ ଚୋରାଚାଳଣ ବେଳେ ପୁଲିସ ଦୁଇଟି କାର ସହ ୫୨ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ…