ମୁଖ୍ୟ ଖବର ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ Angul OnlineOctober 15, 2021October 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ ବିଳମ୍ବିତ ରାତିରେ ହାତୀ ମଞ୍ଚା ଭାଙ୍ଗିବା ସହ ଆକ୍ରମଣ କରିବାରୁ କୋହ୍ଲସର ଗାଁର ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ୟଜନ୍ତୁ ଫସଲ ନଷ୍ଟ କରୁଥିବାରୁ ରାତିରେ ଧାନ ଜଗିବାକୁ ପ୍ରକାଶ ଓ ଅନ୍ୟ ଦୁଇଜଣ ମଞ୍ଚାରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ୩ ଟି ହାତୀ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ । ହାତୀପଲ ସେମାନଙ୍କ ମଞ୍ଚା ଭାଙ୍ଗି ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ବେଳେ କୌଶଳକ୍ରମେ ଦୁଇଜଣ ଖସି ଯାଇଥିଲେ । ହେଲେ ପ୍ରକାଶ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ପ୍ରକାଶଙ୍କୁ ବିଲ ଭିତରେ ଦଳି ଦେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । Advertisement
ଓକିଲ ସଂଘର ନିର୍ବାଚନ – ଦିଲ୍ଲୀପ ସଭାପତି , ସୋମନାଥ ସାଧାରଣ ସମ୍ପାଦକ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ୨୦୨୧-୨୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୋଟ ୪୭୬ଜଣ ସଭ୍ୟଙ୍କ ମଧ୍ୟରୁ ୪୪୮ଜଣ ସଭ୍ୟ…
ଉତ୍ସାହ ଉଦୀପନାର ସହ ସ୍ଵାଧୀନତା ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧନତା ଦିବସ ରବିବାର ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପର୍ଯ୍ୟଟନ,ଓଡିଆ ଭାଷା,ସାହିତ୍ୟ ଓ…
ଘରୋଇ ଋଣ ଚାପରେ ଯୁବକ କଲେ ଆତ୍ମହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଘରୋଇ ଋଣ ଚାପରେ ଆତ୍ମହତ୍ୟା…