ଅପରାଧ ବିପୁଳ ପରିମାଣର ବାଣ ଜବତ – ଜଣେ ଅଟକ Angul OnlineNovember 4, 2021November 4, 2021 ତାଳଚେର – ରାଜ୍ୟ ଓ କେନ୍ଦ୍ର ସରକାର କୋରାନା ମହାମାରୀ ପାଇଁ ବାଣ ବିକ୍ରି ନ କରିବାକୁ କଡା ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ତାଳଚେର ହାଟତୋଟା ସ୍ଥିତ ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସରେ ବାଣ ବିକ୍ରି ହେଉଥିବା ବେଳେ ପ୍ରଶାସନ ବିପୁଳ ପରିମାଣର ବାଣ ଜବତ କରିଛି । ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସର ରୁମ ନଂ-୦୯ ରୁ ଏହି ବିପୁଳ ପରିମାଣର ଗଛିତ ଥିବା ବେଆଇନ ବାଣ ଜବତ କରା ଯାଇଛି ।ଏଠାରେ ବେନିୟମ ଭାବେ ବାଣ ବିକ୍ରି ହେଉଥିବା ଖବର ପାଇ ତାଳଚେର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତରେ ତାଳଚେର ପୁଲିସ ଓ ପୌର ପାଳିକା କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଏବଂ ଏଠାରେ ମହଜୁଦ ପେଟି ପେଟି ବାଣ ଜବତ କରିଥିଲେ । ଆଉ ଏହି ବେନିୟମ ଭାବେ ବାଣ ଗଛିତ ରଖିବା ଅଭିଯୋଗରେ ଜଣଙ୍କୁ ପୁଲିସ ଅଟକ କରିଥିବା ଜଣା ପଡିଛି । Advertisement
ସାଇବର ଲୁଟେରାଙ୍କ ଉପରେ ରୋକ ଲଗେଇ ପାରୁନି ପୁଲିସ – ଲୁଟର ଶିକାର ହେଲେ ସିଆଇଏସଏଫ ଜୱାନ ଅନୁଗୁଳ – ସାଇବର ଲୁଟେରାଙ୍କ ଦୌରାତ୍ମ ଅନୁଗୁଳ ଜିଲ୍ଲାରେ ବଢି ବଢି ଚାଲିଛି । ଗତ ୩୦ ତାରିଖରେ ଅନୁଗୁଳ ଓ ବଅଁରପାଳ ଥାନା ଇଲାକାରେ ଦୁଇ…
ସାଇବର ଲୁଟେରାଙ୍କ ଟାର୍ଗେଟରେ ପୂର୍ବତନ ଏଲ୍ଆଇସି କର୍ମଚାରୀ – ଲୁଟିନେଲେ ୨ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଲୁଟେରାଙ୍କ ଠକାମିର ଶିକାର ହୋଇଛନ୍ତି ଜଣେ ପୂର୍ବତନ ଏଲ୍ଆଇସି କର୍ମଚାରୀ । ଲୁଟେରା ମାନେ ତାଙ୍କୁ କବଜା କରି…
କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା…