ଆଞ୍ଚଳିକ ସାତକୋଶିଆ ସାମ୍ବାଦିକ ସଂଘର ନୂତନ କମିଟି ଗଠନ Angul OnlineJanuary 4, 2021January 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିନେଶ ଦେହୁରୀଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ସୌର ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପଠନ କରିବା ସହିତ ବିଭିନ୍ନ ସମସ୍ୟା ଓ ସମାଧାନ ବିଷୟରେ ଆଲୋକପାତ କରଥିଲେ । ପରେ ସଂଘର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ପୁରାତନ କମିଟିର ସଦସ୍ୟ ମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ । ପରେ ସଦସ୍ୟ କାମଦେବ ଦେହୁରୀ ସମସ୍ତ ସଦସ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ସଂଘର ନୂତନ ସଭାପତି ଭାବରେ ଦିନେଶ ଦେହୁରୀଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବରେ ପ୍ରବୀଣ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ସୌର ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୁନୀଲ କୁମାର ସାହୁ, ଉପସଭାପତି ରାଜେନ୍ଦ୍ର ପ୍ରଧାନ, ଅମୀର ପ୍ରଧାନ, ସହ ସମ୍ପାଦକ ପ୍ରଭାତ କୁମାର ବେହେରା , ରତିକାନ୍ତ ରାଉତ , ଉପଦେଷ୍ଟା ଭାବରେ କାମଦେବ ଦେହୁରୀଙ୍କୁ ଚୟନ କରାଯାଇଥିଲା । ସମସ୍ତ ନୂତନ କମିଟିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏଥିରେ ନୂତନ ଭାବରେ ସୁମନ୍ତ କୁମାର ବେହେରା, ସିପୁନ ସାହୁ, ସରୋଜ ନାଏକ, ଗଣେଶ୍ୱର ସାହୁଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଗଲା । ସାତକୋଶିଆ ଅଭୟାରଣ୍ୟର ସୁରକ୍ଷା , ସାତକୋଶିଆ ଅଧିବାସୀ ଓ ବନବିଭାଗ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ସାତକୋଶିଆ ସାମ୍ବାଦିକ ସଂଘର ଗୁରୁତ୍ୱ ରହିଛି । ଅଭୟାରଣ୍ୟବାସୀଙ୍କ ସମସ୍ୟାର ସମାଧାନ କରିବା ସହିତ ଅଭୟାରଣ୍ୟ ସୁରକ୍ଷା କ୍ଷେତ୍ରରେ ସଂଘର ଗୁରୁତ୍ୱ ରହିଛି । ଏଥି ସହିତ ଏକ ଲକ୍ଷ ଚାଷୀଙ୍କ ଜୀବନରେଖା ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପକୁ ତୁରନ୍ତ ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରିବା ପାଇଁ ସଂଘ ପକ୍ଷରୁ ଆଗାମୀ ଦିନରେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସଂଘରେ ନିଷ୍ପତ୍ତି ନିଆଯାଇଛି । Advertisement
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ସଡକ ଦୁର୍ଘଟଣାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା…
ଧନ୍ୟବାଦ