ମୁଖ୍ୟ ଖବର ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ Angul OnlineNovember 10, 2021November 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା ପଡିଛି । ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ ଗେଟ ସମ୍ମୁଖରେ ଛିଡା ହୋଇଥିବା ଏକ କୋଇଲା ଟ୍ରକ ପଛରେ ଯାତ୍ରୀବାହୀ ବସ ବାଡେଇ ହୋଇଛି । ସୂଚନା ଅନୁସାରେ ଦେବଗଡ଼ରୁ ଭୁବନେଶ୍ୱର ଯାଉଥିବା ଶିବ ଶଙ୍କର ନାମକ ବସ ବେଳେ ବିଳମ୍ବିତ ରାତିରେ ଛିଡା ହୋଇଥିବା କୋଇଲା ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସର ହେଲପର ଗୁରୁତର ହୋଇଥିବା ବେଳେ ଅନ୍ୟ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି । Advertisement
ସଡକ ଦୁର୍ଘଟଣାରେ ମାମୁଁ ଭାଣିଜୀ ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ମାମୁଁ-ଭାଣିଜୀ…
ବଡ ଧରଣର ଗୋରୁ ଚାଲାଣ ରାକେଟ ଠାବ – ୧୩ ଗାଡି ଜବତ , ୩୧ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗ୍ରାମ ଦେଇ ବେଆଇନ୍ ଗୋରୁ ଚାଲାଣ ସମୟରେ ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ପୁଲିସ ଚଢ଼ାଉ କରି ଏକ…
ବଜ୍ରପାତରେ ୨ ମୃତ ଜଣେ ଆହତ ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି ।…