ଅପରାଧ ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ – ଥାନାରେ ମାମଲା Angul OnlineNovember 15, 2021November 15, 2021 ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଫଟୋରେ ଅଶ୍ଳୀଳ ଫଟୋ ଯୋଡି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଥିବା ନେଇ ଅଭିଯୋଗ ହୋଇଛି । ଅନୁଗୁଳ ଟାଉନ ଥାନାରେ ହୋଇଥିବା ଏହି ଅଭିଯୋଗ ଅନୁସାରେ ପ୍ରକାଶ ଯେ ସହର ଉପକଣ୍ଠସ୍ଥ ଅଞ୍ଚଳର ଜଣେ ନାବାଳିକାଙ୍କ ମୁହଁ ସହ ଏକ ଅଶ୍ଳୀଳ ପୋଷାକ ପିନ୍ଧିଥିବା ମହିଳା ଶରୀରର ଫଟୋକୁ ଯୋଡ଼ାଯାଇ କେହି ଜଣେ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛି । ନାବାଳିକା ଜଣକ ଏହା ଜାଣିବା ପରେ ରବିବାର ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଅନୁଗୁଳ ଟାଉନ ଥାନା ପୁଲିସ ସାଇବର ଅପରାଧ ଧାରାରେ ଏକ ମାମଲା ରଜୁ କରି ଘଟଣାର ତଦନ୍ତ କରୁଛି । Advertisement
କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା…
ଗଞ୍ଜେଇ ପରେ ଅଫିମ ଚାଷ ପୁଲିସର ଚିନ୍ତା – ୨ ଏକର ଜମିରୁ ଅଫିମ ଗଛ ନଷ୍ଟ ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୁଲିସର ଚିନ୍ତା ବଢାଇଛି । ଶୁକ୍ରବାର ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ…
ଜୁଆ ଆଡାରେ ଚଢାଉ – ଜଣେ ଶିକ୍ଷକଙ୍କ ସମେତ ୫ ଗିରଫ ଛେଣ୍ଡିପଦା –(ANGUL ONLINE)– ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ସୋମବାର ରାତିରେ ଏକ ଜୁଆ ଆଡା ଉପରେ ଛେଣ୍ଡିପଦା ପୁଲିସ ଚଢାଉ କରି ଜଣେ…