ଆଞ୍ଚଳିକ ମଦମୁକ୍ତ ଓଡିଶା ଘୋଷଣା ଦାବିରେ ପ୍ରଭାତ ଫେରୀ Angul OnlineNovember 21, 2021November 23, 2021 ଅନୁଗୁଳ – ଓଡ଼ିଶା ମଦମୁକ୍ତ ଯୁବ ବାହିନୀ ତରଫରୁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଅନୁଗୁଳ ଜିଲ୍ଲାରେ ମଧ୍ୟ ପାଳନ ହୋଇଛି । ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ଶାସନ କାଳରେ ନିଶା ନିବାରଣ ଆଇନ ଆଣିବା ପାଇଁ ଏକ ବିଲ୍ ଆଣିଥିଲେ ଯାହା ରାଜନୈତିକ ଅବିସନ୍ଧି କାରଣରୁ ପାରିତ ହୋଇନାପାରି ରହିଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଶାସନ ଗାଦିରେ ଯେଉଁ ସରକାର ବି କ୍ଷମତାକୁ ଆସିଲେ ମଧ୍ୟ ଆଜି ଯାଏଁ ନିଶା ନିବାରଣ ଆଇନ ଲାଗୁ କରିବାର ଆନ୍ତରିକତା ଦେଖାଇ ପାରିଲେ ନାହିଁ । ଏଣୁ ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା ଦାବିରେ ନବକୃଷ୍ଣ ଚୌଧୁରଙ୍କ ନାମରେ ଥିବା ଅନୁଗୁଳ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରୁ ଏକା ପ୍ରଭାତ ଫେରି ବା ଶୋଭାଯାତ୍ରା ବାହାରି ନବକୃଷ୍ଣ ଚୌଧୁରୀଙ୍କ କର୍ମ ଭୂମି ବାଜିରାଉତ ଛାତ୍ରବାସ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ କରାଯାଇ ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନଚର୍ଯ୍ୟା ଓ ଶାସନ ଧାରା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯେଉଁଥିରେ ସମାଜସେବୀ କଲ୍ୟାଣ କିଶୋର ମହାନ୍ତି ଅତିଥି ଭାବେ ଯୋଗଦେଇ ପ୍ରଥମେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ସଭାରେ ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନ ଯାପନ ଏବଂ ତାଙ୍କ ଦ୍ବାରା ପ୍ରସ୍ତାବିତ ନିଶା ନିବାରଣ ଆଇନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ପ୍ରଭାତ ଫେରି କାର୍ଯ୍ୟକ୍ରମକୁ ଅନୁଗୁଳ ମଦମୁକ୍ତ ଯୁବ ବାହିନୀର ଆବାହକ ପର୍ଶୁରାମ ଦାଶ ପରିଚାଳନା କରିଥିବା ବେଳେ କିଶୋର ପ୍ରଧାନ, ଚିଣ୍ଟୁ ସାହୁ, ଦୀପକ ସାହୁ, ସ୍ବରୂପ ସିହ୍ନା, ଆଦିତ୍ୟ ପ୍ରସାଦ ମିଶ୍ର, ଦିଗବିଜୟ ସାହୁ,ହିମାଂଶୁ ନାଥ,ଦିବ୍ୟଜ୍ୟୋତି ନାୟକ ଲୁବେନ ସାହୁ ପ୍ରମୁଖ ସହଯୋଗ କରିଥିଲେ । Advertisement
ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ସହ ଆଇନଜୀବୀ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦଘାଟନ ତଥା…
ଆୟୁର୍ବେଦ ଦିବସ ପାଳିତ ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ…
ଜେଏସପି ତାପଜ ବିଦ୍ୟୁତ କେନ୍ଦ୍ରରେ ‘ନିରାପତ୍ତା ଏବଂ ସ୍ୱାସ୍ଥ୍ୟ’ କର୍ମଶାଳା ଅନୁଗୋଳ – ଫାକଟ୍ରିସ ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ଅନୁଗୋଳ ପକ୍ଷରୁ ଏକ ଡିଭିଜନ ସ୍ତରୀୟ କର୍ମଶାଳା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଅଛି…