ମୁଖ୍ୟ ଖବର ରାଜପଥ ନା ମୃତ୍ୟୁ ପଥ ? ଗୋଟିଏ ଦିନରେ ନେଲା ୨ ଜୀବନ Angul OnlineNovember 27, 2021November 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମୃତ୍ୟୁର ପଥ ପାଲଟିଛି । ପ୍ରତ୍ୟେକ ଦିନ ଏହି ରାଜପଥର କେଉଁଠି ନା କେଉଁଠି ଦୁର୍ଘଟଣା ଘଟି ଅନେକ ଲୋକଙ୍କର ମୃତ୍ୟୁ ହେଲାଣି । ଆଜି (ଶନିବାର) ଏହି ଜାତୀୟ ରାଜପଥରେ ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଅନୁଗୁଳ କାଲଟାକ୍ସ ଛକଠାରେ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଓ ୪ ବର୍ଷର ଶିଶୁପୁତ୍ର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଅନୁଗୁଳ କଲେଜ ଛକ ଅଞ୍ଚଳର ଲିଲି ଦାସ(୩୦) ନାମକ ମହିଳା ତାଙ୍କ ସ୍ଵାମୀ ଓ ଛୋଟ ଛୁଆଙ୍କୁ ଧରି ନିଜ ଭଉଣୀ ଘର ନାଲକୋ କାଣ୍ଡସରକୁ ସ୍କୁଟିରେ ଯାଉଥିବା ବେଳେ କାଲଟାକ୍ସ ଛକ ନିକଟରେ କୌଣସି କାରଣ ପାଇଁ ଛିଡା ହୋଇଥିଲେ । ଏତିକି ବେଳେ ପଛପଟୁ ଏକ ଟ୍ରକ(OD 35 D 0569) ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା l ଯାହା ଫଳରେ ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଭାବେ ଉଦ୍ଧାର କରି ତାଙ୍କ ସ୍ଵାମୀ ରମେଶ ଚନ୍ଦ୍ର ଦାସ ଓ ଛୋଟ ପୁଅ ରୋନିତ୍ ଦାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନୁଗୁଳ ପୁଲିସ ଡ୍ରାଇଭର କୁ ଅଟକ ରଖି ପଚରା ଉଚରା କରୁଛି । ସେହିପରି ଆଜି ସନ୍ଧ୍ୟା ପ୍ରାୟ ୭ ଟା ବେଳେ ଏହି ରାଜପଥର ବଡ଼କେରା ଛକଠାରେ ଏକ କଦଳୀ ବୋଝେଇ ପିକଅପ ଭ୍ୟାନକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ ଭ୍ୟାନର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ଜରପଡା ଥାନା ଅନ୍ତର୍ଗତ ବାଲିପଟା ଗ୍ରାମର ସୁଶାନ୍ତ ସାହୁ ବୋଲି ଜଣା ପଡିଛି । ସ୍ଥାନୀୟ ଲୋକ ସୁଶାନ୍ତ ସାହୁଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲକୁ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । Advertisement
ଗାଡି ସାଇଡମରା ପାଇଁ ହୋଇଥିଲା ଗୋଡାଇ ଗୋଡାଇ ଛୁରାମାଡ – ୧୦ ଜଣଙ୍କୁ ଗିରଫ କଲା ପୁଲିସ ଅନୁଗୁଳ – ଗତ ଦୁଇ ଦିନ ତଳେ ଅନୁଗୁଳ ସହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ଛୁରା ମାଡ ଘଟଣାର ପର୍ଦାଫାସ କରିଛି ପୁଲିସ । ଗାଡି ସାଇଡମରା…
ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ – ଛାଡ ହେଵ ଫିସ ତାଳଚେର – ମହାମାରୀ କରୋନାରେ ଅଭିଭାବକଙ୍କୁ ମାତ୍ରାଧିକ ଫି ନେଇ ଜୁଲମ କରୁଥିବା ଘରୋଇ ସ୍କୁଲ ଗୁଡ଼ିକୁ ପ୍ରଶାସନର ଛାଟ ପଡିଛି । ଆଜି ଏ ସଂକ୍ରାନ୍ତରେ…
ଖବର ପ୍ରକାଶନ ଯୋଗୁଁ ଡ଼ରିଗଲେ ସ୍ୱାସ୍ଥ୍ୟ ପ୍ରଶାସନ !! – ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ କଲେ ଆକ୍ରମଣ ଅନୁଗୁଳ – ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଆଜି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଟିମ୍ ପରିଦର୍ଶନରେ ଆସୁଛନ୍ତି ବୋଲି…