ମୁଖ୍ୟ ଖବର ବୃଦ୍ଧଙ୍କୁ ଦଳିଦେଲା ଦନ୍ତା Angul OnlineDecember 6, 2021December 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଏକ ଗୋରୁ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତରେ ଗତ କିଛି ଦିନ ହେଲା ୩୦ ଅଧିକ ହାତୀ ରହି ଫସଲ ନଷ୍ଟ କରିବା ସହ ଗାଁ ନିକଟରେ ବୁଲାବୁଲି କରୁଥିଲେ । ତେବେ ଆଜି ସକାଳୁ ନଳଚନ୍ଦ୍ରପୁର ଗ୍ରାମରେ ବୃଦ୍ଧ ଧନେଶ୍ଵର ଭୁକ୍ତା ଶୌଚ ପାଇଁ ଯାଇଥିବା ବେଳେ ସେହି ହାତୀ ପଲରୁ ଗୋଟିଏ ହାତୀ ଏକୁଟିଆ ହୋଇ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଏକ ଗୋରୁର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଏକ ମୋଟରସାଇକେଲ ଭାଙ୍ଗି ଯାଇଛି । ଖବର ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ହାତୀ ଘଉଡାଇବାକୁ ଚେଷ୍ଟା କରିବା ସହ ତଦନ୍ତ କରୁଛି । ଗତ ତିନିଦିନ ହେବ ବଅଁରପାଳ ବ୍ଲକ ଅଞ୍ଚଳରେ ହାତୀ ଉତ୍ପାତ କରିଚାଲିଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇ ପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । https://angulonline.com/odia/wp-content/uploads/2021/12/WhatsApp-Video-2021-12-06-at-13.46.08.mp4 Advertisement
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ବୁଧବାର ଦିନ ମାନ୍ୟବର…
ଦୁର୍ଘଟଣାରେ ଦୁଇ ଭାଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲ ଦୈ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡା ଥାନା ତୁକୁଡ଼ା ଠାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ…
ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ଶାରୀରିକ ପରୀକ୍ଷା ବେଳେ ଅଘଟଣ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋ CISF ପଡ଼ିଆରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ଜଣେ ଯୁବକଙ୍କୁ…