ଖେଳ ଓ ଖେଳାଳି ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ Angul OnlineDecember 13, 2021December 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଲଲହଡ ବିଧାୟକ ମୁକେଶ ପାଲ ଓ ଅନ୍ୟ ସରକାରୀ ଅଧିକାରୀମାନେ ଯୋଗ ଦେଇ କ୍ରୀଡ଼ା ପତାକାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଉଦଘାଟନ କରିଥିଲେ । ଏହି ଖେଳରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି ଶ୍ରେଷ୍ଠତା ଅର୍ଜନ କରିବାକୁ ଶ୍ରୀ ବେହେରା ଖେଳାଳି ମାନଙ୍କୁ ଆହ୍ବାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଓଡିଶା ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗ ଦେଇଥିଲେ । ଏଥିରେ ୨୨ ଟି ଜିଲ୍ଲାରୁ ପୁରୁଷ ବିଭାଗରେ ୨୨ଟି ଦଳର ୩୦୮ ଜଣ ଓ ମହିଳା ବିଭାଗରେ ୧୮ଟି ଦଳରୁ ୨୫୨ ଜଣ ଭାଗ ନେଇଛନ୍ତି । ଅନୁଗୁଳ ଷ୍ଟାଡିୟମର ଚାରୋଟି କୋର୍ଟରେ ଏହି ପ୍ରତିଯୋଗିତା କରାଯାଇଛି । ଜିଲ୍ଲା ଜିଲ୍ଲା ମଧ୍ୟରେ ନକ ଆଉଟ ଓ ଲିଗ ପର୍ଯ୍ୟାୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହିଠାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ୨୬ ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଜାତୀୟ କ୍ରୀଡାରେ ଭାଗ ନେବେ । ରାଜ୍ୟ ସ୍ତରରୁ ୫୦ ଜଣ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରରୁ ୬୦ ଜଣ କର୍ମକର୍ତ୍ତା ଓ ସ୍ବେଛସେବୀ ଏହି କ୍ରୀଡା ପରିଚାଳନାରେ ସହଯୋଗ କରିଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଓଡିଶା ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗ ଦେଇଥିଲେ । ଚଳିତ ମାସ ୧୫ ତାରିଖ ଦିନ ଏହି ଚମ୍ପିଅନସିପ୍ ଉଦଯାପିତ ହେବ । Advertisement
କବାଡି ଟୁର୍ଣ୍ଣାମେଣ୍ଟରେ ଉଦଯାପିତ – କୁରୁମିଠା ଚମ୍ପିୟାନ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ…
ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି ।…
ମାଟି କାମୁଡ଼ିଛି କ୍ରୀଡ଼ା ଓ କ୍ରୀଡ଼ାବିତ୍ – ଷ୍ଟାଡ଼ିୟମ୍ ଜରାଜୀର୍ଣ୍ଣ ଅବସ୍ଥା, କାହାକୁ ଦିଶୁନି ଅନୁଗୁଳ – ନାଁ’କୁ ମାତ୍ର ଷ୍ଟାଡିୟମ୍ । ଏଠାରେ ଖେଳ କମ୍, ରାଜନୀତି ଅଧିକ । କ୍ରୀଡ଼ା ଆୟୋଜନର ନାଁ’ ଗନ୍ଧ ନାହିଁ । ଅଥଚ ଅନ୍ୟାନ୍ୟ…