ଖେଳ ଓ ଖେଳାଳି ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ Angul OnlineDecember 13, 2021December 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଲଲହଡ ବିଧାୟକ ମୁକେଶ ପାଲ ଓ ଅନ୍ୟ ସରକାରୀ ଅଧିକାରୀମାନେ ଯୋଗ ଦେଇ କ୍ରୀଡ଼ା ପତାକାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଉଦଘାଟନ କରିଥିଲେ । ଏହି ଖେଳରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି ଶ୍ରେଷ୍ଠତା ଅର୍ଜନ କରିବାକୁ ଶ୍ରୀ ବେହେରା ଖେଳାଳି ମାନଙ୍କୁ ଆହ୍ବାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଓଡିଶା ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗ ଦେଇଥିଲେ । ଏଥିରେ ୨୨ ଟି ଜିଲ୍ଲାରୁ ପୁରୁଷ ବିଭାଗରେ ୨୨ଟି ଦଳର ୩୦୮ ଜଣ ଓ ମହିଳା ବିଭାଗରେ ୧୮ଟି ଦଳରୁ ୨୫୨ ଜଣ ଭାଗ ନେଇଛନ୍ତି । ଅନୁଗୁଳ ଷ୍ଟାଡିୟମର ଚାରୋଟି କୋର୍ଟରେ ଏହି ପ୍ରତିଯୋଗିତା କରାଯାଇଛି । ଜିଲ୍ଲା ଜିଲ୍ଲା ମଧ୍ୟରେ ନକ ଆଉଟ ଓ ଲିଗ ପର୍ଯ୍ୟାୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହିଠାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ୨୬ ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଜାତୀୟ କ୍ରୀଡାରେ ଭାଗ ନେବେ । ରାଜ୍ୟ ସ୍ତରରୁ ୫୦ ଜଣ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରରୁ ୬୦ ଜଣ କର୍ମକର୍ତ୍ତା ଓ ସ୍ବେଛସେବୀ ଏହି କ୍ରୀଡା ପରିଚାଳନାରେ ସହଯୋଗ କରିଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଓଡିଶା ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗ ଦେଇଥିଲେ । ଚଳିତ ମାସ ୧୫ ତାରିଖ ଦିନ ଏହି ଚମ୍ପିଅନସିପ୍ ଉଦଯାପିତ ହେବ । Advertisement
କମାଣ୍ଡୋ-୧୧ ଚମ୍ପିୟାନ ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ…
ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ…
ନଭେମ୍ବର ୩ ତାରିଖରୁ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବାଜିରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ…