ମୁଖ୍ୟ ଖବର ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ Angul OnlineDecember 16, 2021December 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ । ମୃତ ଯୁବକ ଜଣଙ୍କ ହେଲେ ଚିକୁନ ବିଶ୍ୱାଳ । ଗତ କାଲି ସାନିଟାଇଜର ପିଇଦେଇ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇଯାଇଥିଲା । ତେବେ ଆଜି ପ୍ରାୟ ଭୋର ସମୟରେ ସେ ପାଞ୍ଚମହଲା ଛାତରୁ ତଳକୁ ପଡି ଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା । ସେଠରୁ ତାଙ୍କୁ ସୁରକ୍ଷା କର୍ମୀ ଆଉଡୋରକୁ ଚିକିତ୍ସା ପାଇଁ ଆଣିଥିଲେ । ଚିକୁନଙ୍କ ଘର ଅନୁଗୁଳ ଜିଲ୍ଲା ଗୋତମରା ଗାଁ ରେ ବୋଲି ଜଣାପଡିଛି । ତେବେ ଚିକିତ୍ସାଳୟରେ ମେଞ୍ଚା ମେଞ୍ଚା ସୁରକ୍ଷା କର୍ମୀ ଥିବା ବେଳେ ରୋଗୀ ବେଡରୁ ଉଠି ଛତ ଉପରକୁ କିଭଳି ଗଲେ ଆଉ କିଭଳି ଛାତରୁ ଡେ଼ଇଁଲେ ତାକୁ ନେଇ ଉଠିଛି ପ୍ରଶ୍ନ । Advertisement
ମାର୍ବଲ ଓ ଟାଇଲସ ସୋରୁମରେ GST ଚଢ଼ାଉ ଅନୁଗୋଳ – ଅନୁଗୋଳ ତୁରଙ୍ଗର ଏକ ଟାଇଲସ ଏବଂ ମାର୍ବଲ ଦୋକାନରେ ସେଣ୍ଟ୍ରାଲ GST ଚଢ଼ାଉ । ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…
ଗାଡି ଧକ୍କାରେ ନାବାଳକ ମୃତ – ଦୁଇ ଜେସିବି ମେସିନ ପୋଡିଲେ ଉତ୍ତ୍ୟକ୍ତ ଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଥାନା କାଳିଆକଟା ଗାଁରେ ରାସ୍ତା କାର୍ଯ୍ୟ ଚଲୁଥିବା ବେଳେ ହାଇଓ୍ବା ଟ୍ରକ ମାଟି ପକାଉଥିବା ବେଳେ ଚାପି ହୋଇ ଜଣେ…