ରାଜନୀତି ବିଜେଡ଼ିକୁ ଆଉ ଏକ ଝଟକା – ଦଳ ଛାଡିଲେ ଜିଲ୍ଲା ପରିଷଦ Angul OnlineDecember 17, 2021December 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳରୁ ୩ ଜଣ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା ଦେବା ଘଟଣା ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଛି । ପୂର୍ବରୁ ଆଠମଲ୍ଲିକ ବିଧାୟକ ସଞ୍ଜିବ ସାହୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଥିଲେ । ପରେ ପରେ ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ ଦଳ ଛାଡିଥିଲେ । ଆଜି ପୁଣି ଆଉ ଜଣେ ନେତା ତଥା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ପାଲଲହଡା ୨୩ ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀ ଇନ୍ଦ୍ରମଣି ଗଡନାୟକ ଅନୁଗୁଳର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟକ୍ତି ଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ , ଶ୍ରୀ ଗଡନାୟକ ୧୯୯୫ ରୁ ସକ୍ରିୟ ରାଜନୀତିରେ ଥିବା ବେଳେ ୨୩ ନମ୍ବର ଜିଲ୍ଲା ପରିଷଦ ଜୋନରୁ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କୁ ଦଳରେ ଉପଯୁକ୍ତ ମର୍ଯ୍ୟାଦା ମିଳୁନଥିବା ଯୋଗୁଁ ସେ ଏଭଳିଆ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଚି । କର୍ମୀ ଓ ଶୁଭେଛୁଙ୍କ ସହ ବିଚାର ବିମର୍ଷ ପରେ ତାଙ୍କ ଭବିଷ୍ୟତ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଶ୍ରୀ ଗଡନାୟକ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି । Advertisement
ମୃଦୁଳା ଠାକୁରଙ୍କ ମା’ବାୟାଣୀ ଦର୍ଶନ ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପdaaର ଅଧିଷ୍ଠାତ୍ରୀ ଦେବୀ ମା’ବାୟାଣୀଙ୍କର ବାର୍ଷିକ ପୂଜାରେ ସମ୍ବଲପୁର ସାଂସଦ praarthii ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ,…
ଦିନିକିଆ ତାଳଚେର ଗସ୍ତରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତାଳଚେର – ଦିନିକିଆ ତାଳଚେର ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କର ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।ଏହି ପରିପ୍ରେକ୍ଷୀରେ ତାଳଚେର ଠାରେ…
ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା ଅନୁଗୁଳ – ଢେଙ୍କାନାଳ ଲୋକସଭା ଆସନ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପୁରୁଣାଙ୍କୁ ପୁଣି ଭରସା…