ଖେଳ ଓ ଖେଳାଳି ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ବିଏମ୍ସିସି ଚମ୍ପିୟନ୍, ଡିସିସି ରନର୍ସଅପ Angul OnlineDecember 26, 2021December 26, 2021 ଅନୁଗୁଳ – ମର୍ଣ୍ଣିଷ୍ଟାର୍ କ୍ରିକେଟ କ୍ଲବ ତରଫରୁ ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ଷଷ୍ଠ ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ୍ରେ ଅନୁଗୁଳର ବିଏମ୍ସିସି ଏବଂ ତାଳଚେର ଡିସିସି ମଧ୍ୟରେ ଖେଳା ଯାଇଥିଲା । ମୋଟ ୩ଟି ମ୍ୟାଚ୍ ଖେଳ ହୋଇଥିଲା । ପ୍ରଥମ ମ୍ୟାଚ୍ ୧୦ ଓଭର୍ ଏବଂ ପର ଦୁଇଟି ମ୍ୟାଚ୍ ୫ ଓଭର ଲେଖାଏଁ ଖେଳା ଯାଇଥିଲା । ବିଏମ୍ସିସି ଦୁଇଟି ମ୍ୟାଚ୍ ଜିତିଥିବା ଯୋଗୁଁ ଦଳକୁ ଚମ୍ପିୟନ୍ ଘୋଷଣା କରାଯାଇଥିଲା । ପରେ ଆୟୋଜିତ ଉଦ୍ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଅନୁଗୁଳ ଜିଲା କ୍ରିକେଟ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ସଂପାଦକ ସାଗରନାଥ ମିଶ୍ର , ଉପସଭାପତି ପ୍ରଭାତ କୁମାର ସିହ୍ନା ଏବଂ ଅରୁଣ ପଷୁପାଳକଙ୍କ ସମେତ ବିରେନ ସାମଲ, ଶେଖ ରଫିକ, ଗଙ୍ଗାଧର ପଟ୍ଟନାୟକ, ଅନୁଗୁଳ ‘ସମାଜ’ର ଶାଖା ପରିଚାଳକ ନିରଞ୍ଜନ ହୋତା ଉପସ୍ଥିତ ଥିଲେ । ଚମ୍ପିୟନ୍ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍ ଦଳକୁ ୧୫ ହଜାର ଟଙ୍କା ସମେତ ଟ୍ରଫି ପ୍ରଦାନ କରାଯାଇଥିଲା କ୍ଲବର ସଭାପତି ମୟାଧର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ରଞ୍ଜନ କୁମାର ଧୀର ସାମନ୍ତ ପରିଚାଳନା କରିଥିଲେ । ଆମ୍ପାୟର୍ ଭାବେ ଜୟକୃଷ୍ଣ ରାଉତ ଓ ତାପସ ରଞ୍ଜନ ମହାନ୍ତି ଖେଳ ପରିଚାଳନା କରିଥିଲେ । ମହେଶ୍ବର ଡାକୁଆ ଧାରାବିବରଣୀ ଦେଇଥିଲେ । Advertisement
ପୁରୁଖା ହଟିଲେ – ପ୍ରତାପ ହେଲେ କ୍ରିକେଟ୍ ଆସୋସିଏସନର ସଭାପତି , ସାଗର ସମ୍ପାଦକ ଅନୁଗୁଳ – ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି…
ରାଜ୍ୟ ଆଥେଲେଟିକ ମିଟରେ ଅନୁଗୁଳକୁ ୧୧ ପଦକ ଅନୁଗୁଳ – ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି ।…
ଅନୁଗୁଳରେ ହେବ ରାଜ୍ୟ କବାଡି ଚମ୍ପିୟାନସିପ -୯୧୦ ମହିଳା ଓ ପୁରୁଷ ଖେଳାଳି ନେବେ ଭାଗ ଅନୁଗୁଳ – ରାଜ୍ୟରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଜିଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏନେଇ ଅନୁଗୁଳ…