ମନୋରଞ୍ଜନ ଓପି ଜିନ୍ଦଲ ସ୍କୁଲ୍ ର ଛାତ୍ରଛାତ୍ରୀ ଓ ନୃତ୍ୟ ଶିକ୍ଷକ ସମ୍ମାନିତ Angul OnlineDecember 30, 2021December 30, 2021 ଅନୁଗୁଳ – ସ୍ମୃତି କଲଚରାଲ୍ ଆସୋସିଏନ୍ ଆନୁକୂଲ୍ୟରେ ପ୍ରାୟୋଜିତ ” ମେଗା ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ମାୟାପୁରୀ ୨୦୨୧” ଗତ ଶୁକ୍ରବାର ଦିନ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓପି ଜିନ୍ଦଲ ସ୍କୁଲ୍ ର ତେର ଜଣ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନୃତ୍ୟ କଳାପ୍ରେମୀ ୨୦୦ ଜଣ ଛାତ୍ରଛାତ୍ରୀ ଏହି ମହୋତ୍ସବ ରେ ସାମିଲ୍ ହୋଇ ନୃତ୍ୟ ପରିବେଷଣ କରି ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସ୍କୁଲ୍ ର ଛାତ୍ରୀ ଅଙ୍କିତା ଦ୍ବିବେଦୀ, ସ୍ଵସ୍ତି ତିୱାରୀ, ଅଦିତୀ ପଟ୍ଟନାୟକ, ଜାହ୍ନବୀ ଜେନା, ସମାୟାରା ମିଶ୍ର, ଆରତ୍ରିକା ନାୟକ, ଆଦାଶ୍ୟ ରିତୁଲିନା, ଆରାଧା ଦାସ ପାଣ୍ଡବ, ଜାହ୍ନବୀ ରାଜ୍ୟ, ଅନନ୍ୟା ଦାସ, ସଚେତନା ଶତପଥି, ମାଝୀ କଲ୍ୟାଣଶ୍ବରୀ, ଦୀପଶିଖା ପାତ୍ର ଓ ନୃତ୍ୟ ଗୁରୁ ରାଜକୁମାର ନାହକଙ୍କୁ ଗୁରୁରତ୍ନ ସମ୍ମାନରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମାନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସମ୍ପୃକ୍ତ ନୃତ୍ୟଗୁରୁ ସମ୍ବର୍ଦ୍ଧିତ ହୋଇଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥ, ଉପାଧ୍ୟକ୍ଷ ଶ୍ରୀମତୀ ସଂଗୀତା ଶର୍ମା, ବିଦ୍ୟାଳୟ ପରିଚାଳନା ମଣ୍ଡଳୀର ସଦସ୍ୟ ଓ ସଦସ୍ୟା, ସ୍କୁଲ୍ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଛାତ୍ର ଛାତ୍ରୀ ଓ ଅଭିଭାବକ ସେମାନଙ୍କ କୃତିତୃପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । Advertisement
ଜମିଲାଣି ମା ବାସନ୍ତୀଙ୍କ ପୂଜା ଉତ୍ସବ ଅନୁଗୁଳ – ଆଜିଠାରୁ ଆରମ୍ଭ ହୋଇ ଯାଇଛି ମା ବାସନ୍ତୀ ଦୂର୍ଗାଙ୍କ ପୂଜା । ଏଥିପାଇଁ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ କମିଟି ପକ୍ଷରୁ ୧୯ ତମ…
ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ ଅନୁଗୁଳ – ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍…
ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାର ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ପାଳୁଛି । ଏଥିପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।…