ଅପରାଧ ଚୋରି କରିବାକୁ ଯାଇ ଧରା ପଡିଗଲା ଚୋର Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଅକ୍ଷୟ କୁମାର ମହାପାତ୍ରଙ୍କ ଘରେ ଚୋରି କରିବାକୁ ଜଣେ ଚୋର ପଶିଥିବା ବେଳେ ପରିବାର ଲୋକ କାବୁ କରି ନେଇ ପୁଲିସର ଜିମା ଦେଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ମହେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଚୋରି ଉଦ୍ୟେଶରେ ଅକ୍ଷୟଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ରୋଷେଇ ଘର ଲାଗିଥିବା ଏକଜଷ୍ଟ ଫ୍ୟାନ ଭାଙ୍ଗି ସେହି ବାଟରେ ରୋଷେଇ ଘରେ ପ୍ରବେଶ କରିଥିଲା । ତେବେ ରୋଷେଇ ଘରେ ଥିବା ବାସନ କୁସନ ପଡି ଶବ୍ଦ ହେବା ଫଳରେ ଘରେ ଶୋଇଥିବା ଲୋକ ସମସ୍ତେ ଉଠି ପଡିଥିଲେ । ଏହା ଦେଖି ଚୋର ଦୌଡ଼ି ଡ୍ରଇଂ ରୁମ୍ ରେ ପଶିଯାଇଥିଲା । ଡ୍ରଇଂ ରୁମ୍ ଏକ ପାଖରୁ ଲକ ପଡିଥିବାବେଳେ ଅନ୍ୟ କବାଟକୁ ଘର ଲୋକ ଲକ୍ କରି ଦେଇଥିଲେ । ପରେ ବଅଁରପାଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ବଅଁରପାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ କାବୁ କରିଥିଲେ । ପୁଲିସ କେଶ୍ ନମ୍ଵର୍ ୧୮/୨୦୨୨ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରି ଥିବା ସୂଚନା ମିଳିଛି । Advertisement
ଜଣେ ମହିଳା ସମେତ ୩ ଲୁଟେରା ଗିରଫ – ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗିଫ୍ଟ କାର୍ଡ କରିଥିଲେ ଲୁଟ ତାଳଚେର – ତାଳଚେର ଗୋପାଳପ୍ରସାଦ ଥାନା କୁମୁଣ୍ଡା- କୋଶଳା ଜଙ୍ଗଲ ରାସ୍ତାରେ ଗତ ୨୬ ତାରିଖ ଦିନ ଅନନ୍ତ କୋଇଲା ଖଣିର ଭିପିଆର କମ୍ପାନୀର ଗିଫ୍ଟ କାର୍ଡ…
ମାଟିତଳୁ ମିଳିଲା ହାତୀ କଙ୍କାଳ – ବନ ବିଭାଗ କର୍ମଚାରୀ ମୁଖ୍ୟ କାର୍ପଟ୍ଦାର ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି…
ଥାନା ଅଧିକାରୀଙ୍କୁ ଗାଡି ଚପାଇ ହତ୍ୟା ଉଦ୍ୟମ – ପୁଲିସର ତଦନ୍ତ ଅନୁଗୁଳ – ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହରରେ । ପୁଲିସ…