ଆଞ୍ଚଳିକ ଟ୍ରକ ଧକ୍କାରେ ପରିବେଶପ୍ରେମୀ ମୃତ Angul OnlineJanuary 16, 2022January 16, 2022 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ଶନିବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଟ୍ରକ୍ ଧକ୍କା ରେ ଜଣେ ଯୁବ ବ୍ୟବସାୟୀ ତଥା ପ୍ରକୃତିପ୍ରେମୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦନ ଚୌହାନ । ଚନ୍ଦନ ନାଲକୋ ସେଣ୍ଟ୍ରାଲ ମାର୍କେଟରେ ଏକ ଆକ୍ୱରିଅମ୍ ଦୋକାନ କରିଥିବା ବେଳେ ସାପ ଧରିବା , ଆଘାତପ୍ରାପ୍ତ ଗାଈଗୋରୁଙ୍କ ସେବା କରିବା ତଥା ପଶୁ ପକ୍ଷୀଙ୍କ ସେବା କରିବା ତାଙ୍କ ନିଶା ଥିଲା । ରାତିରେ ସେ କୌଣସି କାମ ସାରି ଜାତୀୟ ରାଜପଥ ୫୫ ରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଦୁଇ ଘଣ୍ଟା ଧରି ରାସ୍ତା ଜାମ ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଟ୍ରାଫିକ କ୍ଲିଅର କରିଥିଲା । Advertisement
ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର – ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ଭାଇ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଷଣ୍ଢପାଳ ଠାରେ ତାଳଚେର ବିଧାୟକ ଖେଳ ପଡିଆକୁ ହଳ କରିଥିବା ନେଇ ବିଭିନ୍ନ ଖବର କାଗଜରେ ଅପପ୍ରଚାର କରାଯାଇଥିବା…
ବିଦ୍ୟୁତ ଆଘାତରେ ଯୁବକ ମୃତ ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି…
ଅଭିପଶାଙ୍କୁ ରାଜ୍ୟ ପୁରସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରୋଟାରୀ ପଵ୍ଲିକ ସ୍କୁଲ , ଅନୁଗୁଳ ପରିସରରେ ଶିଶୁ ଦିଵସ ପାଳିତ ହୋଇଯାଇଛି ।…