ମୁଖ୍ୟ ଖବର ଦୁର୍ଘଟଣାରେ ତିନି ମୃତ Angul OnlineJanuary 28, 2022January 28, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୁତକ ମାନଙ୍କ ମଧ୍ୟରୁ ଜଣେ ଗଡ଼ତରାସ ଗ୍ରାମର ସନ୍ତୋଷ କୁମାର ସାହୁ ଓ ଅନ୍ୟ ଜଣଙ୍କ ଛେଣ୍ଡିପଦା ଥାନା ବାରାମଞ୍ଚା ଗାଁର ପବିତ୍ର ବେହେରା । ସୂଚନା ଅନୁସାରେ ଆଜି ଦୁଇଜଣ ଟିପିସିଓଡ଼ିଏଲ ଅଧୀନ ଶ୍ୟାମ ଇଣ୍ଡସ କମ୍ପାନୀର କର୍ମଚାରୀ ଇଲେକ୍ଟ୍ରିକାଲ ମିଟର ଲଗାଇବା ପାଇଁ ଯାଉଥିବା ସମୟରେ ମୂଷାପାପୁଲି ଛକ ନିକଟରେ ସମ୍ବଲପୁର ଆଡୁ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ପଳାଇଯାଉଠିବା ବେଳେ ପଞ୍ଚମହଲା ନିକଟରେ ଧରା ପଡିଥିଲା । ତେବେ ଏହି ଘଟଣାକୁ ନେଇ କର୍ମଚାରୀ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତଦେହ ଡାକ୍ତରଖାନାରେ ରଖି କ୍ଷତିପୂରଣ ଦାବି କରିଥିଲେ । ବହୁ ବୁଝା ସୁଝା ପରେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ଆନ୍ଦୋଳନ ହଟିଥିଲା । ସେହିଭଳି ଜରପଡା ଥାନା ଦୁର୍ଗାପୁର ଠାରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ବୋଲି ଜଣା ପଡିଛି । Advertisement
ରାସ୍ତାରେ ଜଳିଗଲା ସ୍କୁଟି ଅନୁଗୁଳ – ରାସ୍ତାରେ ସ୍କୁଟି ଚଲାଇ ଯାଉଥିବା ବେଳେ ଜଳିଗଲା ସ୍କୁଟି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର-ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗ୍ରାମ ନିକଟରେ ଏଭଳି…
ଗଛକୁ ଧକ୍କା ଦେଲା ମୋଟରସାଇକେଲ-ଜଣେ ମୃତ, ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ଶିବ ମନ୍ଦିର ସମ୍ମୁଖରେ ଏକ ଗଛରେ ଏକ ମୋଟରସାଇକେଲ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା…
ଦୁଇ ଦୁର୍ନୀତିଗ୍ରସ୍ତଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ସରକାର ପୁଣି ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…