ଅପରାଧ ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର Angul OnlineFebruary 2, 2022February 2, 2022 ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ନିକଟରେ ଘଟିଛି । ସୂଚନା ଅନୁସାରେ ମୁକ୍ତାପୁର ଗ୍ରାମର ଖିରୋଦ ନାୟକଙ୍କ ତାର ସାଙ୍ଗ ବିଦେଶୀ ଦାନୀ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଦେଶୀ ଏକ ଧାରୁଆ ଛୁରୀରେ ଖିରୋଦକୁ ଆକ୍ରମଣ କରିଥିଲା । ଫଳରେ ଖିରୋଦ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛୁରୀ ମାଡ କରିଥିବା ବିଦେଶୀ ଦାନୀ ଫେରାର ଥିବା ଜଣା ପଡ଼ିଛି । ପାଲଲହଡା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଗୁଣି ସନ୍ଦେହରେ ମଞ୍ଚାରେ ଶୋଇଥିବା ଚାଷୀକୁ ହତ୍ଯା କରିଥିଲେ – ୩ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବେରୀ ଗାଁରେ ମଞ୍ଚାରେ ଶୋଇଥିବା ଚାଷୀ ହତ୍ୟାକାଣ୍ଡର ପର୍ଦାଫାସ କରିଛି ଅନୁଗୁଳ ପୁଲିସ । ଚାଷୀ ବିଶ୍ବନାଥ ବର୍ଗିଆ(୫୦)ଙ୍କୁ…
୭ ମୋଟରସାଇକେଲ ଚୋର ଗିରଫ – ୬ ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ହେଉଥିବା…
ଡକାୟତି ଉଦ୍ୟମ ବେଳେ ମାଡି ବସିଲା ପୁଲିସ – ୪ ଡକାୟତ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ଅନୁଗୁଳ ପୁଲିସ ଚଢାଉ କରି ୪ ଜଣ ଡକାୟତଙ୍କୁ ଗିରଫ କରିବାକୁ…