ଅପରାଧ ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ Angul OnlineFebruary 12, 2022February 12, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ଚୋର । ଆଉ ବିଫଳ ଚୋର ମାନେ ଗୋଟିଏ ଏଟିଏମରୁ ବ୍ୟାଟେରୀ ନେଇ ପଳାଇଥିବା ଜଣା ପଡିଛି । ସୂଚନା ଅନୁସାରେ କୋଶଳା ଗାଁରେ ଥିବା ଏସବିଆଇ ଏଟିଏମରେ ବିଳମ୍ବିତ ରାତିରେ ଚୋର ପଶି ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବା ପରେ ସେଠାରେ ଥିବା ବ୍ୟାଟେରୀ ନେଇ ପଳାଇ ଯାଇଥିଲେ । ସେହିପରି ଆକ୍ସିସ ବ୍ୟାଙ୍କ ଏଟିଏମ ବ୍ୟାଙ୍କର ଏଟିଏମରୁ ମଧ୍ୟ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ । ତେବେ ସକାଳେ ଲୋକ ଏଟିଏମ ଭଙ୍ଗା ରୁଜା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ସକାଳେ କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଅଟୋକୁ ଜବତ…
ବନ୍ଧୁକ ଦେଖାଇବା ସହ କଟୁରୀରେ ହାଣି ଲୁଟିନେଲେ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଲୁଟେରାଙ୍କ ଦୌରାତ୍ମ କମିବାରେ ନାଁ ନେଉ ନାହିଁ l ଗତ କିଛି ଦିନ ତଳେ ଏକ ମଦ ଦୋକାନ ଓ ପରେ…
କେନାଲରେ ଭାସୁଛି ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ…