ଅପରାଧ ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ Angul OnlineFebruary 12, 2022February 12, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ଚୋର । ଆଉ ବିଫଳ ଚୋର ମାନେ ଗୋଟିଏ ଏଟିଏମରୁ ବ୍ୟାଟେରୀ ନେଇ ପଳାଇଥିବା ଜଣା ପଡିଛି । ସୂଚନା ଅନୁସାରେ କୋଶଳା ଗାଁରେ ଥିବା ଏସବିଆଇ ଏଟିଏମରେ ବିଳମ୍ବିତ ରାତିରେ ଚୋର ପଶି ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବା ପରେ ସେଠାରେ ଥିବା ବ୍ୟାଟେରୀ ନେଇ ପଳାଇ ଯାଇଥିଲେ । ସେହିପରି ଆକ୍ସିସ ବ୍ୟାଙ୍କ ଏଟିଏମ ବ୍ୟାଙ୍କର ଏଟିଏମରୁ ମଧ୍ୟ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ । ତେବେ ସକାଳେ ଲୋକ ଏଟିଏମ ଭଙ୍ଗା ରୁଜା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…
ମଞ୍ଚାରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ଯା ଅନୁଗୁଳ – (ଅନୁଗୁଳ ଅନଲାଇନ୍)-୦୯/୧୦ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ବିଲମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଫସଲ ଜଗିବାକୁ…
ବହୁ ଚର୍ଚ୍ଚିତ ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଯାବତଜୀବନ କାରାଦଣ୍ଡ ଅନୁଗୋଳ – ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଅନୁଗୋଳ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ (FTSC) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।…