ମୁଖ୍ୟ ଖବର ଟ୍ରକ ପଛରେ ପିଟିଲା କାର – ୫ ମୃତ Angul OnlineMarch 1, 2022March 1, 2022 ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଜାତୀୟ ରାଜପଥ ୧୪୯ର କଣ୍ଟିଆପଶି ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଇଞ୍ଜିଡି ଗାଁର କିଛି ବ୍ୟକ୍ତି ନିର୍ବାଚନ ଗଣନା ସାରିବା ପରେ ଢାବାରେ ଖିଆପିଆ କରି ଘରକୁ ଫେରୁଥିଲେ । ତେବେ କଣ୍ଟିଆପଶି ଠାରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ସେମାନଙ୍କ ହ୍ୟୁଣ୍ଡାଇ କାରଟି ଧକ୍କା ହୋଇ ଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନେ ଇଂଜିଡି ଗ୍ରାମର ଦିଲୀପ କୁମାର ସାହୁ , ବାପୁନ କୁମାର ସାହୁ , ରାନୁ ପ୍ରଧାନ , ଗୌର ଚନ୍ଦ୍ର ସାହୁ ଓ ପିନୁ ସାହୁ । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ କରୁଛି । Advertisement
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…
କ୍ୟାମେରା ନଜରରେ ଅନୁଗୁଳ ସହର ଅନୁଗୁଳ – ସିସି ଟିଭି ନଜରରେ ରହିବ ଅନୁଗୁଳ ସହର । ମୁଖ୍ୟ ବଜାର ସମେତ ଗଳିକନ୍ଦିରେ ଲାଗିବ ସିସି ଟିଭି କ୍ୟାମେରା ଅନୁଗୁଳ ପୌରପାଳିକା ପକ୍ଷରୁ…
ଥାନା ଓ କାରାଗାରାରେ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଏବେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ସହର ସବୁଠି ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି…