ମୁଖ୍ୟ ଖବର ଟ୍ରକ ପଛରେ ପିଟିଲା କାର – ୫ ମୃତ Angul OnlineMarch 1, 2022March 1, 2022 ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଜାତୀୟ ରାଜପଥ ୧୪୯ର କଣ୍ଟିଆପଶି ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଇଞ୍ଜିଡି ଗାଁର କିଛି ବ୍ୟକ୍ତି ନିର୍ବାଚନ ଗଣନା ସାରିବା ପରେ ଢାବାରେ ଖିଆପିଆ କରି ଘରକୁ ଫେରୁଥିଲେ । ତେବେ କଣ୍ଟିଆପଶି ଠାରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ସେମାନଙ୍କ ହ୍ୟୁଣ୍ଡାଇ କାରଟି ଧକ୍କା ହୋଇ ଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନେ ଇଂଜିଡି ଗ୍ରାମର ଦିଲୀପ କୁମାର ସାହୁ , ବାପୁନ କୁମାର ସାହୁ , ରାନୁ ପ୍ରଧାନ , ଗୌର ଚନ୍ଦ୍ର ସାହୁ ଓ ପିନୁ ସାହୁ । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ କରୁଛି । Advertisement
ଶିକାରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନ ଗଲା ବନ୍ତଳା – ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଶିକାରୀଙ୍କ ପାଦ୍ରୁଭାବ ଥମିବାରେ ନା ଧରୁନି । ତେବେ ଶିକାରୀଙ୍କ ବନ୍ୟଜନ୍ତୁ ଶିକାର ଲାଳସା ଯୋଗୁଁ ଗୋଟିଏ ପରେ ଗୋଟିଏ…
ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର…
ବୋଇତ ବନ୍ଦାଣ ବେଳେ ଅଘଟଣ – କେନାଲରେ ଭାସି ଯାଇ ଯୁବକ ମୃତ ଅନୁଗୁଳ – ବୋଇତ ବନ୍ଦାଣ ବେଳେ ଅଘଟଣ । ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…