ରାଜନୀତି ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ Angul OnlineMarch 6, 2022March 6, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେଡିରେ ଏବେ ଏବେ ସାମିଲ ହୋଇଥିବା ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବେ ଦାଖଲ କରିଥିବା ବେଳେ , ଗୁରୁ ଚରଣ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ କଂଗ୍ରେସ ଦଳରୁ ବଲବୀର ସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ପୌରାଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ଏବଂ ବିଜେପି କଂଗ୍ରେସ , ଆମ ଅଦମୀ ପାର୍ଟି ଓ ସିପିଆଇ(ଏମ) ଦଳର ପ୍ରାର୍ଥୀମାନେ ୭ ତାରିଖ ଦିନ ତାଙ୍କର ନାମାଙ୍କନ ଦାଖଲ କରିବେ ବୋଲି ଜଣା ପଡ଼ିଛି । ସେପଟେ ବିଜେପି ପକ୍ଷରୁ ଦିଲୀପ ପ୍ରଧାନ , ଆମ ଅଦମୀ ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ , ସିପିଆଇ(ଏମ) ପକ୍ଷରୁ ପ୍ରପା ପ୍ରସାଦ ନନ୍ଦ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି । ଏହା ସହିତ ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ପାଇଁ କାଉନସିଲର ପ୍ରାର୍ଥୀ ମାନେ ମଧ୍ୟ ୭ ତାରିଖ ଦିନ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । Advertisement
ବିଜେଡି ଓ ବିଜେପି ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ସମ୍ବାଦିକ ଜଗଦାନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୪୦ ବର୍ଷ ହେଲା କାମ କରି ଆସୁଥିବା ବେଳେ ଗତ କିଛିଦିନ…
ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ…
କାଉନସିଲର ପଦବୀ ପାଇଁ ବାପା – ପୁଅ ଲଢେଇ ଅନୁଗୁଳ – ଚଳିତ ପୌର ନିର୍ବାଚନରେ ଅନୁଗୁଳ ପୌରପାଳିକା ରାଜନୀତି ଜଟିଳ ହୋଇ ପଡିଛି । ଦଳ ଡିଆଁ ସାଙ୍ଗଙ୍କୁ କିଏ କେଉଁ ୱାର୍ଡରୁ ଲଢିବ ,…