ଅପରାଧ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ Angul OnlineMarch 8, 2022March 8, 2022 ଅନୁଗୁଳ – ଘରେ ଭଡ଼ାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଘର ମାଲିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଅନୁଗୁଳ ସହର ବ୍ରାହ୍ମଣୀଦେଇପଡ଼ା ଅଞ୍ଚଳର ୫୨ ବର୍ଷୀୟ ସୁବାଷ ସାହୁ । ସୂଚନା ଅନୁସାରେ, ସୁବାଷଙ୍କ ଏକ ଘରେ ଭଡ଼ାରେ ଏକ ପରିବାର ରହୁଥିଲେ । ପରିବାର ସଦସ୍ୟମାନେ କୌଣସି କାମରେ ବାହାରକୁ ଯାଇଥିଲାବେଳେ ଗତକାଲି କେବଳ ତାଙ୍କର ୭ ବର୍ଷର ଝିଅ ଘରେ ଥିଲେ । ଏହି ସମୟରେ କୌଣସି ବାହାନା କରି ସୁବାଷ ତାଙ୍କ ପାଖକୁ ଯାଇଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘର ଲୋକ ଫେରିବା ପରେ ନାବାଳିକା ଜଣଙ୍କ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣା ଜାଣିବା ପରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସୁବାଷ ସାହୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । Advertisement
ବ୍ରାଉନସୁଗାର ସହ ତିନି ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସଦରଥାନା ପକ୍ଷରୁ ଚଢ଼ାଉ କରାଯାଇ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ଏହି କାରବାରରେ ସଂଶ୍ଲିଷ୍ଟ ୩ଜଣଙ୍କୁ…
ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି…
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…