ଅପରାଧ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ Angul OnlineMarch 8, 2022March 8, 2022 ଅନୁଗୁଳ – ଘରେ ଭଡ଼ାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଘର ମାଲିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଅନୁଗୁଳ ସହର ବ୍ରାହ୍ମଣୀଦେଇପଡ଼ା ଅଞ୍ଚଳର ୫୨ ବର୍ଷୀୟ ସୁବାଷ ସାହୁ । ସୂଚନା ଅନୁସାରେ, ସୁବାଷଙ୍କ ଏକ ଘରେ ଭଡ଼ାରେ ଏକ ପରିବାର ରହୁଥିଲେ । ପରିବାର ସଦସ୍ୟମାନେ କୌଣସି କାମରେ ବାହାରକୁ ଯାଇଥିଲାବେଳେ ଗତକାଲି କେବଳ ତାଙ୍କର ୭ ବର୍ଷର ଝିଅ ଘରେ ଥିଲେ । ଏହି ସମୟରେ କୌଣସି ବାହାନା କରି ସୁବାଷ ତାଙ୍କ ପାଖକୁ ଯାଇଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘର ଲୋକ ଫେରିବା ପରେ ନାବାଳିକା ଜଣଙ୍କ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣା ଜାଣିବା ପରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସୁବାଷ ସାହୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । Advertisement
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମ ନିକଟରୁ ଆଜି ବିଲମ୍ବିତ ରାତିରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ…
ମୋବାଇଲ ଚୋରୀ ଅଭିଯୋଗରେ ୩ କୋର୍ଟ ଚାଲାଣ ଅନୁଗୁଳ – ଅନୁଗୁଳ ଥାନା ହେମସୁରପଡ଼ା ଅଞ୍ଚଳରୁ ଦୁଇଟି ମୋବାଇଲ ଚୋରୀ ହୋଇଥିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…
ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ – ତିନି ଗିରଫ ଅନୁଗୁଳ – ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ…