ମୁଖ୍ୟ ଖବର ପୁଲିସ ଭ୍ୟାନ ଧକ୍କାରେ ନାବାଳକ ମୃତ Angul OnlineMarch 10, 2022March 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶର୍ମାଛକ ଠାରେ ପୁଲିସ ଭ୍ୟାନ ଏକ ମୋଟରସାଇକେଲକୁ ପଛରୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଣିହାଁ ନାଲମ ଗ୍ରାମର ୧୬ ବର୍ଷୀୟ ନାବାଳକ ସୁନୀଲ ବେହେରା । ନାବାଳକ ଜଣକ ଚାଳକ ଶ୍ରବଣ ସାହୁଙ୍କ ସହ ମୋଟରସାଇକେଲରେ ଯାଉଥିବା ସମୟରେ ଭ୍ୟାନଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସୁନୀଲ ବେହାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉଭୟ ତାଳଚେର ଓ କୋଲିୟାରୀ ପୋଲିସ ପହଁଚି ଅଧିକ ତଦନ୍ତ କରିଛି । Advertisement
ପାଗଳା କୁକୁର ଆତଙ୍କ – ୨୭ ରୁ ଉର୍ଦ୍ଧ ଗ୍ରାମବାସୀକୁ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ତଳଗଡ଼ ଗାଁରେ ପାଗଳା କୁକୁର ଆତଙ୍କ । ଏହି ପାଗଳା କୁକୁର ଗାଁର ୨୭ ରୁ ଉର୍ଦ୍ଧ ଲୋକଙ୍କୁ କାମୁଡି ଆହତ…
ବଡ ଧରଣର ନକଲି କାଗଜପତ୍ର ରାକେଟ ପର୍ଦାଫାସ – ଡି.ଏଲ. , ପ୍ୟାନ କାର୍ଡ , ଆଧାର କାର୍ଡ ଜବତ ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ ,…
ସରୁନି ତାଳଚେର ସାର କାରଖାନା କାମ – ଦୁଇଦୁଇ ଥର କଣ୍ଟ ବଢ଼ାଇଲେଣି ସରକାର ତାଳଚେର – ତାଳଚେର ସାର କାରଖାନାର ଶିଳାନ୍ୟାସକୁ ୫ ବର୍ଷ ପୂରିଲା , ହେଲେ ବି କାମ ସରୁ ନାହିଁ କି ଆସନ୍ତା ଏକ ବର୍ଷ ଭିତରେ…