ରାଜନୀତି ଅସନ୍ତୁଷ୍ଟଙ୍କ ପାଇଁ ବଢିବ କି ପ୍ରାର୍ଥୀଙ୍କ ସମସ୍ୟା – ତାଳଚେରରେ ୭ ନଗରପାଳ ପ୍ରାର୍ଥୀ Angul OnlineMarch 22, 2022March 22, 2022 adv ତାଳଚେର – ଆଉ ଦୁଇଦିନ ପରେ ପୌର ନିର୍ବାଚନ । ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମୁଥିବା ବେଳେ ଘନ ଘନ ବୈଠକ ସାଙ୍ଗକୁ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଚଳାଇଛନ୍ତି । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଏବେ ଅଡୁଆ ସାଜିଛନ୍ତି ଅସନ୍ତୁଷ୍ଟ । ଦଳ ଓ ପ୍ରାର୍ଥୀଙ୍କ ପାଇଁ ଥିବା ଅସନ୍ତୋଷ ଦଳ ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପୌର ନିର୍ବାଚନ ପାଇଁ ପ୍ରଚାର ବେଳେ କିଛି ନେତା କର୍ମୀଙ୍କ ଉପରେ ନିର୍ଭର ନକରି ସିଧାସଳଖ ଭୋଟରଙ୍କ ପାଖକୁ ଯାଇ ଅଞ୍ଚଳର ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଭୋଟ ମାଗିବା ଫଳରେ କିଛି କର୍ମୀ ନିଜକୁ ଅଣଦେଖା ମନେକରୁଛନ୍ତି । ଆଉ କିଛି କର୍ମୀଙ୍କ ଅଭିଯୋଗ ଯେ ଦଳ ପାଇଁ କିଛି କାମ କରି ନଥିବା ବ୍ୟକ୍ତିଙ୍କୁ ଦଳ ପକ୍ଷରୁ କାଉନ୍ସିଲର୍ ପ୍ରାର୍ଥୀ କରାଯାଇଛି । ଏଥିଯୋଗୁଁ ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । କେତେକ ୱାର୍ଡରେ ଅଣରାଜନୈତିକ ଲୋକଙ୍କୁ ପ୍ରଚାର ପ୍ରସାର ଦାୟୀତ୍ଵ ଦିଆ ଯାଉଥିବାରୁ କର୍ମୀମାନେ ମନ ଊଣା କରୁଛନ୍ତି । ସୂଚନା ଅନୁସାରେ ତାଳଚେର ପୌର ନିର୍ବାଚନ ପାଇଁ ତାଳଚେର ପୌରପାଳିକାରେ ମୋଟ୍ ୨୧ ଟି ୱାର୍ଡ଼ଥିବାବଳେ ଏଥର ନିର୍ବାଚନରେ ପୌରାଧ୍ୟକ୍ଷ ପଦବି ପାଇଁ ୭ ଜଣ ପ୍ରାର୍ଥୀ ଓ ୬୯ ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କିଛି ଦଳର ଅସନ୍ତୁଷ୍ଟ କର୍ମୀ ସ୍ବାଧୀନ ପ୍ରାର୍ଥୀ ରୂପେ କାଉନସିଲର ପଦବି ପାଇଁ ନାମାଙ୍କନ କରିଛନ୍ତି । Advertisement
ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା ଅନୁଗୁଳ – ଢେଙ୍କାନାଳ ଲୋକସଭା ଆସନ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପୁରୁଣାଙ୍କୁ ପୁଣି ଭରସା…
ଏୟୁସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ – ବିଜେଡି ସମର୍ଥିତଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ମୋଟ ୧୫ଟି ଯାକ ନିର୍ଦ୍ଦେଶକ ପଦବିରେ ବିଜେଡି ସମର୍ଥିତ…
ସରପଞ୍ଚ ହରାଇଲେ ପଦ – ସମସ୍ତ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁଶକିଳା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସାହୁ ଅନାସ୍ଥା ଭୋଟ୍ ପରେ ନିଜ ପଦ ହରାଇଛନ୍ତି ।…