ଅପରାଧରାଜନୀତି ନିର୍ବାଚନ ପୂର୍ବରୁ ହିଂସା – ପୌରଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ Angul OnlineMarch 24, 2022March 24, 2022 adv ଅନୁଗୁଳ – ନିର୍ବାଚନର ଠିକ ପୂର୍ବ ଦିନରେ ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖା ଦେଇଛି । ସୂଚନା ଅନୁସାରେ , ଅନୁଗୁଳ ଶିମିଳିପଡ଼ାର ସ୍ଵାଧିନ ପୌରାଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ , ଅପରାହ୍ନରେ ସେ ଘରକୁ ଫେରୁଥିବା ସମୟରେ ତାଙ୍କ ଘରପାଖରେ ବହୁତ ଗୁଡ଼ିଏ ମୋଟର ଯାନ ଠିଆ ହୋଇଥିବାରୁ ସେ ଫୋନରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ କଲ କରିଥିଲେ । ଏହି ସମୟରେ ୧ ନଂ ୱାର୍ଡର ବିଜେଡି କାଉଁସିଲର ପ୍ରାର୍ଥୀ ସୁକାନ୍ତି ଦାସ , ତାଙ୍କ ସ୍ଵାମୀ ଅକ୍ଷୟ ଦାସ ଓ ଅନ୍ୟ ସହଯୋଗୀ ମାନେ ଅନିରୁଦ୍ଧଙ୍କୁ ମାଡ଼ମାରି ଏକ ଧଳାରଙ୍ଗର କାରରେ ଜୋରଜବରଦସ୍ତ ବସାଇ ନେବାକୁ ଉଦ୍ୟମ କରୁଥିବା ବେଳେ ସାହି ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ କିଛି ସମୟ ଧରି ଚାପା ଉତ୍ତେଜନା ରହିଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ଖବର ପାଇ ବ୍ୟାପକ ପୁଲିସ ମୃତୟନ କରା ଯାଇଥିଲା । ଏ ନେଇ ପୌରାଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ସୁକାନ୍ତି ଦାସଙ୍କ ପକ୍ଷରୁ ମଧ୍ୟ ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି । ୧ନଂ ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀ ସୁକାନ୍ତି ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ଜଣେ ମହିଳା ସହଯୋଗିଙ୍କ ସହ ରାଣୀଗୁଡ଼ାରୁ ଫେରୁଥିବା ସମୟରେ ୱାର୍ଡର ଜଣେ ପରିଚିତଙ୍କସହ କଥା ହେଉଥିବା ବେଳେ ପୌରଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଏକ ମୋବାଇଲରେ ତାଙ୍କର ଫଟୋ ଉଠାଇଥିଲେ । ଆମ ମହିଳା ମାନଙ୍କ କାହିଁକି ଫଟୋ ଉଠାଉଛ ବୋଲି କହିବାରୁ ଅନିରୁଦ୍ଧଙ୍କ ସହଯୋଗି ମାନେ ସେଠାରେ ପହଞ୍ଚି ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଟଣା ଓଟରା କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷର ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । Advertisement
ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ…
ବଧୁ ହତ୍ୟା ମାମଲାରେ ସ୍ୱାମୀ , ଶାଶୁ ଓ ଶଶୁରକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଫେବୃଆରୀ ମାସ ୨ ତାରିଖ ୨୦୨୦ ମସିହାରେ ହୋଇଥିବା ଏକ ଯୌତୁକ ଜନିତ ବଧୁ ହତ୍ଯା ମାମଲାରେ ସ୍ୱାମୀ ,…
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ – ଯୁବକ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ…