ରାଜନୀତି ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ Angul OnlineMarch 30, 2022March 30, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ ସମର୍ଥକଙ୍କ ଗହଣରେ ଅମଲାପଡ଼ା ଦୁର୍ଗା ମଣ୍ଡପରୁ ବାହାରି ସିଧା କାର୍ଯ୍ୟାଳୟକୁ ଆସିଥିଲେ । ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ , ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ , ସୁଜିତ୍ ଦ୍ବିବେଦୀ , ଅଜିତ ଦ୍ବିବେଦୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ପୌରପାଳିକା କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀ ସାମନ୍ତ ଙ୍କୁ ସ୍ଵାଗତ କରିଥିଲେ । ଏ ଅବସରରେ ଶ୍ରୀ ସାମନ୍ତ ସାମ୍ବାଦିକ ମାନଙ୍କୁ ଅନୁଗୁଳ ସହରକୁ ଏକ ମଡେଲ ସହରରେ ପରିଣତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ । ଶ୍ରୀ ସାମନ୍ତ ଏଥି ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଜିତି ଅନୁଗୁଳ ପୌରପାଳିକାର ପୌରାଧକ୍ଷ ହୋଇ ପାରିଥିଲେ । ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ଶ୍ରୀ ସାମନ୍ତ ବିଜେଡିରୁ ଲଢି ବିଜେପିର ପ୍ରାର୍ଥୀ ଦିଲୀପ ପ୍ରଧାନଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । Advertisement
ଦ୍ଵିତୀୟ ଥର ପାଇଁ ମହେନ୍ଦ୍ର ସଭାପତି , ଦିନେଶ୍ ଯୁବ ବିଜେଡି ସଭାପତି ଅନୁଗୋଳ – ଅନୁଗୋଳ ଜିଲ୍ଲା ସଭାପତି ଚୟନ ନେଇ ବିଜେଡି ଭିତରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମହେନ୍ଦ୍ର ବସ୍ତିଆଙ୍କୁ…
ତଥାଗତଙ୍କ ତେରଛା ବାଣ – ଫେରିବେ କି ରାଜନୀତି କୁ ? ଅନୁଗୁଳ – ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ରହିଛି । ଏହି ସମୟରେ ବରିଷ୍ଠ ନେତା ତଥାଗତ ଶତପଥିଙ୍କ ମନ୍ତବ୍ୟ ଆହୁରି ଉଷ୍ମତା ଭରି…
ଅଗସ୍ତି ବେହେରାଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ଇଣ୍ଟର୍ଭ୍ୟୁ ଟାଇମ୍ସ ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…