ମୁଖ୍ୟ ଖବର ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର Angul OnlineMarch 31, 2022March 31, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଲେଇ ଗାଁର ଅନ୍ତର ଭୁତିଆଙ୍କ ପୁଅ ଅନିଲ ଏବଂ ଝିଅ ଅର୍ଚ୍ଚିତା ମୋଟରସାଇକେଲରେ ସ୍ଥାନୀୟ ଚନ୍ଦ୍ରବାହାଲସ୍ଥିତ ମାମୁଁ ଘରକୁ ଯାଉଥିଲେ । କାଣ୍ଡସର ସ୍କୁଲ ସାହି ଠାରେ ମୋଟରସାଇକେ ରାସ୍ତା ଉପରକୁ ଉଠିବା ବେଳେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲା । ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ହାଇୱା ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଭାଇ ଅନୀଲର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଅର୍ଚ୍ଚିତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅନୀଲଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛି । Advertisement
କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ସଂଘ ସଭାନେତ୍ରୀ ଅନୁଗୁଳ – କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । ଲୋକଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ଦେଇ ହେଉ ଅବା ଝିଅର ଉଚ୍ଚ…
ନକଲି ସାର୍ଟିଫିକେଟ ଦେଇ ମେଡିକାଲ କଲେଜରେ ଚାକିରୀ – ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦେଶ ଅନୁଗୋଳ – ଫେକ ସାର୍ଟିଫିକେଟ ଦେଇ ଚାକିରୀ । ତା ପୁଣି ମେଡିକାଲ କଲେଜରେ । କେବଳ ଯେ ଚାକିରୀ କରୁଛନ୍ତି ତା ନୁହେଁ ମେଡିକାଲ କଲେଜରେ…
ଗଛରେ ପିଟିହେଲା ସ୍କୁଟି – ଚାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଗଡମଣ୍ଡଳରୁ ପାତ୍ରପଡା ଯାଇଥିବା ପୂର୍ତ୍ତବିଭାଗ ରାସ୍ତା ପାର୍ଶ୍ବ ଗଛରେ ଏକ ସ୍କୁଟି ପିଟି ହୋଇଯିବା ଫଳରେ ଚାଳକଙ୍କର ମୃତ୍ୟ…