ମୁଖ୍ୟ ଖବର କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineApril 1, 2022April 1, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମର ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରୁ ଗ୍ରାମର ଜ୍ଞାନେନ୍ଦ୍ର ପ୍ରଧାନ ନିଖୋଜ ଥିଲେ । ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରି ସନ୍ଦେହ କରି ବାଡ଼ିରେ ଥିବା କୂଅରେ ଖୋଜିବା ବେଳେ ସେ କୂଅରେ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ଜ୍ଞାନେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୁହଁରେ ସାମାନ୍ୟ ଦାଗ ରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ତାଙ୍କର ପୂର୍ବରୁ ହାପର ରୋଗ ଥିଲା । ଛେଣ୍ଡିପଦା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ଗଛରେ ମୋଟରସାଇକେଲ ପିଟି ହୋଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅର୍ନ୍ତଗତ ଗଡମଣ୍ଡଳଠାରେ ଭରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ…
ଦୁର୍ଘଟଣାରେ ଡେଲିଭରି ବୟ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଗଡିଆରୁ ନୂଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।…
ରାଜପଥ ଦୂରାବସ୍ଥା ପାଇଁ ପ୍ରତିବାଦ – ଚାରି ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ ଅନୁଗୁଳ – କଟକରୁ ସମ୍ବଲପୁର ସଂଯୋଗ କରିଛି ଜାତୀୟ ରାଜପଥ ୫୫ । ଏହି ରାଜପଥ ଉପରେ ଦୈନଦିନ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ହେଲେ…