ମନୋରଞ୍ଜନ ଅନୁଗୁଳ ମହୋତ୍ସବ – ତିନି ଦିନ ଧରି ଝୁମିବେ ଅନୁଗୁଳବାସୀ Angul OnlineApril 6, 2022April 6, 2022 ଅନୁଗୁଳ – ତିନି ଦିନର ମହୋତ୍ସବରେ ଚଳଚଞ୍ଚଳ ହୋଇ ଉଠିବ ଅନୁଗୁଳ ସହର । ୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟେବିନ ବେନ ମୁଖ୍ୟ ଆକର୍ଷଣ ପାଲଟିବେ । ଓଲିଉଡ୍ କଣ୍ଠଶିଳ୍ପୀ ନାଭ୍ୟାଜ୍ୟୋତି , କମେଡିଆନ୍ ନନସେନ୍ସ ମଣି ସେହି ସନ୍ଧ୍ୟାରେ ଆସୁଥିବା ବେଳେ ଅମ୍ରିତା ମଞ୍ଚ ପରିଚାଳନା କରିବେ । ଦ୍ଵିତୀୟ ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଯୋଡ଼ି , ଓଲିଉଡ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି , କମେଡିଆନ୍ ରୋହିତ ଆସୁଥିବା ବେଳେ ମଞ୍ଚ ପରିଚାଳନା କରିବେ ମୁନ୍ମୁନ୍ ସିଂ । ସେହିପରି ଦ୍ଵିତୀୟ ସନ୍ଧ୍ୟାରେ ଇଣ୍ଡିଆନ ଆଇଡଲ ଫେମ ସନମୁଖ ପ୍ରିୟା , ଓଲିଉଡ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଳିତ ମଜୁମଦାର ଆକର୍ଷଣ ସାଯିବେ । ଅନ୍ତିମ ସନ୍ଧ୍ୟାରେ ଓଡ଼ିଆ ରାପର ବିଗ୍ ଡିଲ୍ଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିବ । ମାନସୀ ଇଦ୍ଯାପନା ସନ୍ଧ୍ୟାରେ ମଞ୍ଚ ପର୍ବାଚାଳନା କରିବେ । ଏହି ସିନେ ତାରକାଙ୍କ ସହିତ ଅନୁଗୁଳର ଲୋକକଳା , ରାଜ୍ୟ ଓ ରାଜ୍ୟ ବାହାରର ନୃତ୍ୟଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଅନୁଗୁଳ ହାଇସ୍କୁଲ ପଡ଼ିଆରେ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । Advertisement
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…
ଜମିଲାଣି ମା ବାସନ୍ତୀଙ୍କ ପୂଜା ଉତ୍ସବ ଅନୁଗୁଳ – ଆଜିଠାରୁ ଆରମ୍ଭ ହୋଇ ଯାଇଛି ମା ବାସନ୍ତୀ ଦୂର୍ଗାଙ୍କ ପୂଜା । ଏଥିପାଇଁ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ କମିଟି ପକ୍ଷରୁ ୧୯ ତମ…
ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାର ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ପାଳୁଛି । ଏଥିପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।…