ଆମ ପର୍ଯ୍ୟଟନ ସ୍ଥଳୀମୁଖ୍ୟ ଖବର ମା ହିଙ୍ଗୁଳାଙ୍କ ଜନ୍ତାଳ ଯାତ୍ରା ଅନୁଷ୍ଠିତ Angul OnlineApril 6, 2022April 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି । ଏ ଅବସରରେ ଆଜି ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା । ସେଠାରେ ମୁଖ୍ୟ ପୂଜକ ମା’ଙ୍କ ଚଳନ୍ତି ପ୍ରତିମାକୁ ପୂଜା କରିଥିଲେ । ଏହା ପରେ ଡାକୁଆମାନେ ପତିଆରଙ୍କୁ ନିମନ୍ତ୍ରଣ କରିବାକୁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ତିନି ଡାକ ଦେଇ ଡକା ଯିବା ପରେ ସେ ଘରୁ ବାହାରି ପାଖ ପୋଖରୀରେ ସ୍ନାନ କରିଥିଲେ । ପରେ ସେ କୁଟେଇଶୁଣି ମଣ୍ଡପକୁ ଯାଇଥିଲେ । ସେଠାରେ ମୁଖ୍ୟ ଦେହୁରୀ ତାଙ୍କୁ ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ରାଜବସ୍ତ୍ର ପରିଧାନ କରିସାରିଲା ପରେ ତାଙ୍କୁ ଦେବୀ ରୂପରେ ଷୋଡ଼ଶୋପଚାର ବିଧି ଅନୁଯାୟୀ ଝୁଣା, ଧୂପ ଦେଇ ପୂଜା କରାଯାଇଥିଲା । ଏହି ପୂଜାରେ ମା’ ହିଙ୍ଗୁଳାଙ୍କ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ସହଯୋଗ କରିଥିଲେ । ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ, ଦିଲେଶ୍ୱର ସାମଲ, କିଶୋର ମହାନ୍ତି, ବାୟା ବାରିକ, ଟିହୁଙ୍କୁଳି ବାରିକଙ୍କ ସମେତ ମା ହିଙ୍ଗୁଳାଙ୍କ ସେବାୟତଙ୍କ ସହଯୋଗରେ ପୂଜା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ଜିନ୍ଦଲ ନଗର ଦେବଭୂମି ପରିସରରେ ରଥଯାତ୍ରା ଅନୁଗୋଳ– ହଜାର ହଜାର ସଂଖ୍ଯାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା…
ମା’ବାୟାଣୀ ପୀଠର ହେବ ରୂପାନ୍ତରିକରଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଠାରେ ଥିବା ପର୍ଯ୍ୟଟନସ୍ଥଳ ମା’ ବାୟାଣୀ ପୀଠକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ରୂପାନ୍ତରିକରଣ କରାଯିବ l…
କୋଇଲା ନଗରୀ ନେବ ନୂଆଁ ରୂପ ଅନୁଗୁଳ – କଳାହିରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ବଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ…