ଅପରାଧ ଚୋରା କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ – ଟ୍ରକ୍ ଜବତ Angul OnlineApril 16, 2022April 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଛେଣ୍ଡିପଦା ପୁଲିସ ଜବତ କରିଛି । ଚଢ଼ଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ କହିଛି । ସୂଚନା ଅନୁସାରେ ୫ ଟନ୍ ବେଆଇନ କୋଇଲା ବୋଝେଇ କରି ଏକ ଟ୍ରକ୍ କମ୍ପସଲାରୁ କଇଁଛପଦା ଦେଇ ବୁଢାପାଳ ଆଡକୁ ଯାଉଥିବା ଖବର ପୁଲିସକୁ ସୂଚନା ମିଳିଥିଲା । ଖବର ପାଇବା ପରେ ପୁଲିସ ଚଢ଼ଉ କରି ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଥିଲା । କିନ୍ତୁ ପୁଲିସକୁ ଚକମା ଦେଇ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଥିଲା । ପୁଲିସ ଚୋରା ଚାଲାଣର ତଦନ୍ତ କରୁଛି । Advertisement
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…
ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ ତାଳଚେର – ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରି କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର…