ମୁଖ୍ୟ ଖବର କୂଅ ଭିତରୁ ନିଖୋଜ ବୃଦ୍ଧଙ୍କ ମୁତଦେହ ଉଦ୍ଧାର Angul OnlineApril 27, 2022April 27, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଘର ସମ୍ମୁଖ କୂଅରୁ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳେଇଛି । ସୂଚନା ଅନୁସାରେ ଛେଣ୍ଡିପଦା ଗ୍ରାମର ୬୦ ବର୍ଷୀୟ ପ୍ରାଣବନ୍ଧୁ ସେଠୀଙ୍କ ମୃତଦେହ ତାଙ୍କ ଘର ସମ୍ମୁଖରେ ଥିବା କୂଅରେ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ ରବିବାର ଦିନରେ ପ୍ରାଣବନ୍ଧୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ଭୋଜି କରିଥିଲେ । ସନ୍ଧ୍ୟାରେ ମଧ୍ୟ ଭୋଜିରୁ ବଳିଥିବା ମାଂସ ଓ ମୁଢି ଖାଇ ଗୋଷ୍ଠୀ ଆସରରେ ରହିଥିଲେ । ତେବେ ସେ ଆଉ ଘରକୁ ଫେରି ନଥିଲେ । ରାତି ୯ ଟାରୁ ଘରୁ ନିଖୋଜ ଥିଲେ ପ୍ରାଣବନ୍ଧୁ । ନିଖୋଜ ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହିତ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ଖୋଜାଖୋଜି କରୁଥିବା ବେଳେ ଗ୍ରାମବାସୀ କୂଅରେ ତାଙ୍କ ମୃତହେଦ ଭାସୁଥିବା ଦେଖିବାକୁ ପାଇଥିଲେ । ପ୍ରଥମେ ମୃତଦେହ ସମ୍ପର୍କରେ କୌଣସି ଆଭାସ ମିଳିନଥିଲା । ଗତକାଲି ରାତି ୧୨ ଟାରୁ ୪୦ମିନିଟ ଧରି ଲାଇନ କଟିଥିବା ସମୟରେ ସ୍ଥାନୀୟ ଲୋକେ କୂଅରେ କିଛି ପଡ଼ିବା ଭଳି ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଶୁଣି କୂଅ ନିକଟରେ ସ୍ଥାନୀୟ ଲୋକମାନେ ଆସି ପ୍ରାଣବନ୍ଧୁଙ୍କ ମୃତଦେହ ଦେଖିବାକୁ ପାଇଥିଲେ । କୂଅରେ ମୃତଦେହ ଦେଖି ପୁଲିସକୁ ଜଣେଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଥିଲା । ଆଜି ସକାଳେ ପୁଲିସ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଉପସ୍ଥିତିରେ ତଦନ୍ତ ଚଳାଇଛି । Advertisement
ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୋଳ – ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ରେଞ୍ଜ ପକ୍ଷରୁ ଶୁକ୍ରବାର ଇନ୍ସପେକ୍ଟର ସ୍ତରରେ ଏକ ଅଦଳବଦଳ ହୋଇଛି । ପତ୍ର ସଂଖ୍ୟା ୯୮/୦୭.୦୭.୨୦୨୩ ଅନୁସାରେ…
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ ଅନୁଗୁଳ – ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ବସ ଷ୍ଟାଣ୍ଡ , ବଜାର , ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲିଥିବା ବିଭିନ୍ନ…