ଅପରାଧ ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଅଭିଯୋଗ Angul OnlineApril 27, 2022April 27, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପତ୍ନୀ ଥାନାରେ ବୁଧବାର ଅଭିଯୋଗ କରିଛନ୍ତି । ମୃତକ ଜଣଙ୍କ ହେଲେ ଅରୁଣ ନାଏକ । ତାଙ୍କ ପତ୍ନୀ ଅନୀତା ନାଏକ ରେଙ୍ଗାଳି ଥାନା କରଡାଖମଣ ସ୍ଥିତ ବାପଘରକୁ ୬ ଦିନ ତଳୁ ଯାଇଥିଲେ । ଏହି ସମୟରେ ହିଁ ତାଙ୍କୁ ହତ୍ୟା କରା ଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ , ସେହି ଗ୍ରାମର ସୁରେଶ ବେହେରା, କାତୁ ବେହେରା, ମଳିଆ ବେହେରା ଗୁଣିଗାରେଡ଼ି କରୁଥିବା ନେଇ ପୂର୍ବରୁ ଅରୁଣଙ୍କୁ ସନ୍ଦେହ କରୁଥିବା ବେଳେ ଅନେକ ସମୟରେ ଧମକ ଚମକ ଦେଇ ମାଡ଼ପିଟି କରିଥିଲେ । ଆଉ ସେ ବାପା ଘରକୁ ଯାଇଥିବା ବେଳେ , ଅରୁଣ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅନୀତା ଅଭିଯୋଗ କରିଛନ୍ତି । କଣିହାଁ ଥାନା ପୁଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମଣ୍ଡାପାଳ ଡାକ୍ତରଖାନା ପଠାଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ୍ ଚଳାଇଛି । Advertisement
ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ – ତିନି ଗିରଫ ଅନୁଗୁଳ – ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ…
ସହର ଉପରେ ଚଲିଥିଲା ଜୁଆ ଆଡା – ୬ ଜୁଆଡି ଗିରଫ ହେବା ସହ ଟଙ୍କା ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ସହର ବିଇଡି କଲେଜ ପଛ ପାଖରେ ଥିବା ବସ୍ତିରେ ଚାଲିଥିବା ଏକ ଜୁଆ ଆଡା ଉପରେ ଆଜି ଅନୁଗୁଳ ପୋଲିସ ଚଢ଼ାଉ କରି…
ପଥରରେ ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ଜଣେ ଯୁବକ ଦୋଳମଣ୍ଡପ ପଡିଆ ନିକଟସ୍ଥ କୋଠଘରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା…