ମୁଖ୍ୟ ଖବର ଝିଅ ବାହାଘର ଦିନ ରେଳ ଧାରଣାରୁ ବାପାଙ୍କ ମୃତଦେହ ଉଦ୍ଧାର Angul OnlineMay 3, 2022May 6, 2022 ଅନୁଗୁଳ – ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ । ସୂଚନା ଅନୁସାରେ ଆଜି ସକାଳୁ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ଗାଁର ସୁରଥ ବେହେରାଙ୍କ ମୃତଦେହ ମିଳିଥିଲା । ଖବର ପାଇ ଗାଁ ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ତେବେ ଆଜି ସୁରଥଙ୍କ ଝିଅର ବାହାଘର ଥିଲା । ମାତ୍ର ବାହାଘର କିଛିଘଣ୍ଟା ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି । Advertisement
ରେଳ ଧାରଣା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର – ଟ୍ରେନରୁ ପଡି ଯାଇଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡ଼ା ଗାଁ ରେଳ ଧାରଣା କଡରେ ଜଣେ ଯୁବକର କ୍ଷତ ବିକ୍ଷତ ମୃତଦେହ ଦେଖିବାକୁ ମିଳିଥିଲା । ଯୁବକ…
ଜଳିଗଲା ସ୍କୁଲ ବସ adv- ଅନୁଗୁଳ – ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜର ବସ୍ରେ ସର୍ଟ ସର୍କିଟ୍ ଯୋଗୁଁ ଦୁଇଟି ବସରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଗୋଟିଏ…
ଟ୍ରକ ଧକ୍କାରେ ମହିଳା ମୃତ ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ …