ମୁଖ୍ୟ ଖବର ଝିଅ ବାହାଘର ଦିନ ରେଳ ଧାରଣାରୁ ବାପାଙ୍କ ମୃତଦେହ ଉଦ୍ଧାର Angul OnlineMay 3, 2022May 6, 2022 ଅନୁଗୁଳ – ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ । ସୂଚନା ଅନୁସାରେ ଆଜି ସକାଳୁ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ଗାଁର ସୁରଥ ବେହେରାଙ୍କ ମୃତଦେହ ମିଳିଥିଲା । ଖବର ପାଇ ଗାଁ ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ତେବେ ଆଜି ସୁରଥଙ୍କ ଝିଅର ବାହାଘର ଥିଲା । ମାତ୍ର ବାହାଘର କିଛିଘଣ୍ଟା ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି । Advertisement
ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲାରେ ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଛି । ଦିନକୁ ଦିନ ମହିଳା ମାନେ ଲୁଟ,…
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…
ଦୁର୍ଘଟଣାରେ ସାମ୍ବାଦିକ ମୃତ ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥର ବଜ୍ରକୋଟ ଗ୍ରାମରେ ଏକ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।…