ମୁଖ୍ୟ ଖବର ତାଳଚେର ବନ୍ଦ – ସର୍ତ୍ତ ମାନିବାକୁ ପ୍ରସ୍ତୁତ ଏମସିଏଲ Angul OnlineMay 10, 2022May 10, 2022 ତାଳଚେର – ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟ ସରକାର ଏହାକୁ ପରିଚାଳନା ଓ ଏହାର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା ଏବଂ କଣିହାଁକୁ ପାସେଞ୍ଜର ଟ୍ରେନ ଚଳାଚଳ ସହ ତାଳଚେର ଷ୍ଟେସନରୁ ଅନୁଗୁଳକୁ ପୁରୀ ଇଣ୍ଟରସିଟି ଚାଲିବା ଦାବିରେ ଆଜି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିଲା । ଏହି ବନ୍ଦ ବେଳେ ତାଳଚେର ଅଞ୍ଚଳରେ ଥିବା ସମସ୍ତ ଖଣି ଖାଦାନରୁ କିଳା ଉତ୍ପାଦନ ଓ ପରିବହନ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା । ଏହି ବନ୍ଦକୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମର୍ଥନ ଦେଇଥିବା ବେଳେ ଏମସିଏଲର ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ରହିଥିବା ଟାଳଟୁଳ ନୀତିକୁ ତୀବ୍ର ନିନ୍ଦା କରିଥିଲେ । ତେବେ ସକାଳ ୬ ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ୧୦ ଟା ବେଳେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ , ଏମସିଏଲ କର୍ତ୍ତୁପକ୍ଷ ଓ ତାଳଚେର ସୁରକ୍ଷା ମଞ୍ଚ ମଧ୍ୟରେ ବୈଠକ ବସିଥିଲା । ଏହି ବୈଠକରେ ସବିଶେଷ ଆଲୋଚନା ହୋଇଥିବା ବେଳେ ଏମସିଏଲ କର୍ତ୍ତୁପକ୍ଷ ମେଡିକାଲ କଲେଜକୁ ନେଇ ହୋଇଥିବା ଦାବିକୁ ମାନି ଯାଇଥିଲା । ମେଡିକାଲ କଲେଜ ଚଳାଇବା ନେଇ ଏମସିଏଲ , ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ବୋଲି କହିଥିବା ବେଳେ ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇ ଯାଇଥିଲା । ବୈଠକରେ ଏହି ନିଷ୍ପତ୍ତି ପରେ ତାଳଚେର ବନ୍ଦକୁ ସ୍ତ୍ଗୀତ ରକ୍ଷା ଯାଇଥିଲା । Advertisement
କୂଅ ବିଲ ପାଇଁ ମାଡାମଙ୍କ ଲାଞ୍ଚ ହିସାବ କିତାବ – ଭିଡିଓ ଭାଇରାଲ ଅନୁଗୁଳ – ଆଠମଲ୍ଲିକ ବୃକ୍ ଅଞ୍ଚଳରେ ଜଳ ବିଭାଜିକା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଆଠମଲ୍ଲିକରେ ବିଭାଗର କାର୍ଯ୍ୟାଳୟ କିମ୍ବା ସ୍ଥାୟୀ ଅଧିକାରୀ ନ…
ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ ୧୦୦ ଆସନ ଅନୁମୋଦିତ, ୨୦୨୫-୨୬ରୁ ନାମ ଲେଖା ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ MBBS ପାଇଁ ୧୦୦ ଆସନ ଅନୁମୋଦିତ ହୋଇଛି ।…
ବ୍ଲକ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ – ବିଡ଼ିଓ କରୁ ନାହାନ୍ତି ଦରମା ଅନୁଗୁଳ – ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଗ୍ରାମାଞ୍ଚଳରେ କାମ କରୁଛନ୍ତି । ବହୁ ଝଡଝଞ୍ଜାର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରକାରର…