ଆଞ୍ଚଳିକ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ତାଲିମ ଶିବିର ଅନୁଷ୍ଠିତ Angul OnlineMay 20, 2022May 20, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମଙ୍ଗଳମ ଠାରେ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ଦୁଇ ଦିନିଆ ତାଲିମ ଶିବିର ପୁଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉତ୍ତର କେନ୍ଦ୍ରାଞ୍ଚଳ ଡ଼ି. ଆଇ.ଜି ଡ. ସାର୍ଥକ ଷଡ଼ଙ୍ଗୀ ଓ ଆଡିସନାଲ ଟ୍ରାନ୍ସପୋର୍ଟ କମିଶନର ଲୋକନାଥ ସେଠୀ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ଵଳନ କରି କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଢେଙ୍କାନାଳ ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାର ପୋଲିସ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ଟ୍ରେନରଙ୍କ ମାଧ୍ୟମରେ ଲିଖିତ ଏବଂ ପ୍ରାକ୍ଟିକାଲ ମାଧ୍ୟମରେ ଉଭୟ ପୁଲିସ ଏବଂ ଆରଟିଓ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯିବା ସହ ଦୁର୍ଘଟଣାର ମୁଖ୍ୟ କାରଣ ଜଣା ପଡିବା ପରେ ଦୁର୍ଘଟଣାକୁ କିପରି ରୋକାଯାଇପାରିବ ସେ ନେଇ ତାଲିମ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣା ପ୍ରବଣ ସ୍ଥାନ ଓ ବ୍ଲାକ ସ୍ପଟ ଚିହ୍ନଟ କରାଯିବା ସହ କିଭଳି ଦୁର୍ଘଟଣାର ତଦନ୍ତ କରାଯିବ ଏବଂ ଦୁର୍ଘଟଣା କିଭଳି କମା ଯାଇ ପାରିବ ସେ ନେଇ ତାଲିମ ଦିଆଯିବ । ଏହାଦ୍ୱାରା ଜିରୋ କାଜୁଆଲିଟି ପାଇଁ ସହଯୋଗ ମିଳି ପାରିବ ବୋଲି ମୁଖ୍ୟ ଅତିଥି କେନ୍ଦ୍ରାଞ୍ଚଳ ଡ଼ି. ଆଇ.ଜି ଡ. ସାର୍ଥକ ଷଡ଼ଙ୍ଗୀ କହିଥିଲେ । Advertisement
ଚପଲ ଆଣିବାକୁ ଯାଇ କେନାଲରେ ବୁଡି ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମର ଗାଁ ନିକଟ ଦେଇ ଯାଇଥିବା କେନାଲରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା…