ଭଲ ଖବର ସହିଦ ଦେବାଶିଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡାଠାରେ ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏ ଅବସରରେ ସ୍ଥାନୀୟ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍ପି ଜଗମୋହନ ମୀନା ମଧ୍ୟ ଉପସ୍ଥିତ ଥିଲେ । ଏହ ସହ ଅନେକ ଲୋକ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଜିଲ୍ଲାପାଳ ସହିଦ ଦେବାଶିଷଙ୍କ ବଳିଦାନ ଏବଂ ତ୍ୟାଗର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ । ଦେଶ ପାଇଁ ମାଓବାଦୀଙ୍କ ସହ ଲଢେଇ କରି ଜୀବନ ଦେଇଥିବା ବେଳେ ତାଙ୍କ ଭଳି ସନ୍ତାନଙ୍କୁ ଜନ୍ମ ଦେଇଥିବା ମାଲା-ପିତାଙ୍କ ନିକଟରେ ଦେଶ ଋଣି ହୋଇ ରହିବା ବୋଲି ଏହି ଅବସରରେ ଅତିଥି ମାନେ କହିଥିବା ବେଳେ ମା ଛାୟା ସେଠୀ ଓ ବାପା ସତ୍ୟାନନ୍ଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଦେବାଶିଷଙ୍କ ଘର ଅଙ୍ଗପଡ଼ା ଗାଁରେ । ସେ ପପୁଲିସ କମାଣ୍ଡୋ ଭାବେ କଳାହାଣ୍ଡିର ସିର୍କୀ ଅଞ୍ଚଳରେ ମାଓବାଦୀଙ୍କ ସହ ମୁକାବିଲା କରି ପାଞ୍ଚ ଜଣଙ୍କୁ ନିପାତ କରିବା ପରେ ସହିଦ ହୋଇ ଯାଇଥିଲେ । ଭାରତ ସରକାର ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିବେ । Advertisement
ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪…
ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଇକୋପାର୍କରେ ହେବ ମ୍ୟୁଜିକାଲ ଫାଉଣ୍ଟନ – ଅକ୍ଷୟ ସାମନ୍ତ ଅନୁଗୋଳ – ଅନୁଗୋଳ ପୌରପାଳିକାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହା ଭିତରେ ପ୍ରଥମେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆ…