ବାଣିଜ୍ୟ ଅନୁଗୁଳ ବଜାରରେ ଓକାୟା ଇ-ଭେଇକିଲ୍ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ସହରର ଅମଳାପଡାର ଗାନ୍ଧୀମାର୍ଗରେ ଓକାୟା ଇ-ଭେଇକିଲ୍ ସୋ ରୁମ୍ ଉଦ୍ଘାଟନ – ହୋଇ ଯାଇଛି । ବଜାରକୁ ଏହି ଓକାୟା ଇ-ଭେଇକିଲର ୩ଟି ମଡ଼େଲ ପ୍ରବେଶ କରିଛି । ଦୁଇଟି ମଡ଼େଲ କ୍ଲାସିକ୍ ଓ ଫ୍ରିଡ଼ମ୍ ରହିଥିବା ବେଳେ ଏହାକୁ ଥରେ ଚାର୍ଜ କରିଲେ ୭୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଏହାର ବେଗ ସର୍ବାଧିକ ୨୫ କିଲୋମିଟର ପ୍ରତି ଘଣ୍ଟା ରହିବ । ଯେଉଁଥରେ ପରିବହନ ବିଭାଗର କୌଣସି କାଗଜପତ୍ର କିମ୍ବା ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାର ମୂଲ୍ୟ ୭୨ରୁ ୭୩ ହଜାର ମଧ୍ୟରେ ରହିବ ବୋଲି ସଂସ୍ଥାର ରିଜୋନାଲ ମ୍ୟାନେଜର ଆବଜର କହିଛନ୍ତି । ସେହିଭଳି ଫାଷ୍ଟା ମଡ଼େଲରେ ଘଣ୍ଟାକୁ ୬୦ କିଲୋମିଟର ଗତିରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ । ଏହାର ମୂଲ୍ୟ ୧ ଲକ୍ଷ ୧୧ ହଜାର ରହୁଥିବା କୁହାଯାଇଛି । ଏହି ଫାଷ୍ଟ ମଡ଼େଲ ଗାଡ଼ିରେ ସବ୍ସିଡ଼ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟ ୫ ହଜାର ଟଙ୍କା ସବ୍ସିଡ଼ ବାବଦକୁ ଯିବାର ବ୍ୟବସ୍ଥା ରହିଥିବା ଆବଜର କହିଛନ୍ତି । ଏହି ସୋ ରୁମ୍ ଉଦ୍ଘାଟନ ଅବସରରେ ସୋ ରୁମ୍ ମାଳିକ ଗିରଜା ଶଙ୍କର ଅଗ୍ରୱାଲ, ଓକାୟାର ରିଜୋନାଲ ମ୍ୟାନେଜର ଆବଜର, ଜୋନାଲ ସର୍ଭିସ ହେଡ଼ ଅଞ୍ଜନ, ରାଜ୍ୟ ମୁଖ୍ୟ ଜ୍ଞାନ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…
ଅର୍ଥନୈତିକ ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଠପ – ଆଲୋଚନା ପରେ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହୃତ ଅନୁଗୁଳ – ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ମଞ୍ଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ…
ନୂତନ ଟି.ଭି.ଏସ. ଏଣ୍ଟରକ ୧୫୦ ସିସି ସ୍କୁଟରର ଶୁଭ ଉନ୍ମୋଚନ ଅନୁଗୁଳ – ଟି.ଭି.ଏସ. ମୋଟର କମ୍ପାନୀ ତରଫରୁ ନିର୍ମିତ ନୂତନ ଟି.ଭି.ଏସ. ଏଣ୍ଟରକ ୧୫୦ ସି ସି ସ୍କୁଟରର ଶୁଭ ଉନ୍ମୋଚନ ଉତ୍ସବ, କମ୍ପାନୀର ଅଧିକୃତ ବିକ୍ରେତା…