ବାଣିଜ୍ୟ ଅନୁଗୁଳ ବଜାରରେ ଓକାୟା ଇ-ଭେଇକିଲ୍ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ସହରର ଅମଳାପଡାର ଗାନ୍ଧୀମାର୍ଗରେ ଓକାୟା ଇ-ଭେଇକିଲ୍ ସୋ ରୁମ୍ ଉଦ୍ଘାଟନ – ହୋଇ ଯାଇଛି । ବଜାରକୁ ଏହି ଓକାୟା ଇ-ଭେଇକିଲର ୩ଟି ମଡ଼େଲ ପ୍ରବେଶ କରିଛି । ଦୁଇଟି ମଡ଼େଲ କ୍ଲାସିକ୍ ଓ ଫ୍ରିଡ଼ମ୍ ରହିଥିବା ବେଳେ ଏହାକୁ ଥରେ ଚାର୍ଜ କରିଲେ ୭୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଏହାର ବେଗ ସର୍ବାଧିକ ୨୫ କିଲୋମିଟର ପ୍ରତି ଘଣ୍ଟା ରହିବ । ଯେଉଁଥରେ ପରିବହନ ବିଭାଗର କୌଣସି କାଗଜପତ୍ର କିମ୍ବା ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାର ମୂଲ୍ୟ ୭୨ରୁ ୭୩ ହଜାର ମଧ୍ୟରେ ରହିବ ବୋଲି ସଂସ୍ଥାର ରିଜୋନାଲ ମ୍ୟାନେଜର ଆବଜର କହିଛନ୍ତି । ସେହିଭଳି ଫାଷ୍ଟା ମଡ଼େଲରେ ଘଣ୍ଟାକୁ ୬୦ କିଲୋମିଟର ଗତିରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ । ଏହାର ମୂଲ୍ୟ ୧ ଲକ୍ଷ ୧୧ ହଜାର ରହୁଥିବା କୁହାଯାଇଛି । ଏହି ଫାଷ୍ଟ ମଡ଼େଲ ଗାଡ଼ିରେ ସବ୍ସିଡ଼ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟ ୫ ହଜାର ଟଙ୍କା ସବ୍ସିଡ଼ ବାବଦକୁ ଯିବାର ବ୍ୟବସ୍ଥା ରହିଥିବା ଆବଜର କହିଛନ୍ତି । ଏହି ସୋ ରୁମ୍ ଉଦ୍ଘାଟନ ଅବସରରେ ସୋ ରୁମ୍ ମାଳିକ ଗିରଜା ଶଙ୍କର ଅଗ୍ରୱାଲ, ଓକାୟାର ରିଜୋନାଲ ମ୍ୟାନେଜର ଆବଜର, ଜୋନାଲ ସର୍ଭିସ ହେଡ଼ ଅଞ୍ଜନ, ରାଜ୍ୟ ମୁଖ୍ୟ ଜ୍ଞାନ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ ଭୁବନେଶ୍ଵର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…
ବିଗୱିଙ୍ଗର ଶୁଭ ଉଦଘାଟନ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି…