ସମସ୍ୟା ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା Angul OnlineJune 3, 2022June 3, 2022 ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିଲା । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ ପ୍ରଶାନ୍ତ ଏହି ସ୍କୁଲର ଏକ ମାତ୍ର ଗଣିତ ଶିକ୍ଷକ । ତାଙ୍କ ସ୍ଥାନରେ ଯାହାଙ୍କୁ ଦିଆ ଯାଉଛି ସେ ଗଣିତ ଶିକ୍ଷକ ନୁହଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତର ଉଚିତ ଶିକ୍ଷାରୁ ବଞ୍ଚିତ ହେବେ । ଏଥିପାଇଁ ଗଣିତ ଶିକ୍ଷକ ପ୍ରଶାନ୍ତଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ଏଥିପାଇଁ ଆଜି ସ୍କୁଲ ଫାଟକରେ ତାଲା ପକାଇବା ସହ ଧାରଣା ରେ ବସିଛନ୍ତି । Advertisement
କୋଭିଡ଼-୧୯ ହସ୍ପିଟାଲ ଭିତରେ କୂଢ କୂଢ ବର୍ଜ୍ୟବସ୍ତୁ – ପରିଚାଳନା ଦାୟିତ୍ଵ ନେଇଥିବା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ଅନୁଗୁଳ – ସାରା ରାଜ୍ୟରେ ଏବେ କୋରନା ବିସ୍ଫୋରକ ରୂପ ନେଇଛି । ଏହି ପର୍ଯ୍ୟାୟରେ ଅନୁଗୁଳ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି ।…
ଫ୍ଲାଏ ଓଭର ନିର୍ମାଣକୁ ନେଇ ପ୍ରଶାସନ ଗ୍ରାମବାସୀ ମୁହାଁମୁହିଁ – ୧୭ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦିଘି ଗ୍ରାମରେ ଜମି ଅଧଗ୍ରହଣ ବେଳେ ଗ୍ରାମବାସୀ ଓ ପ୍ରଶାସନ ଅଧିକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।…
ବଢୁଛି କୁକୁର ମାନଙ୍କ ଦୌରାତ୍ମ୍ୟ – ବନ୍ଧ୍ୟାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ଦାବି ଅନୁଗୁଳ – ଅନୁଗୁଳ ସହର ମଧ୍ୟରେ କୁକୁର ମାନଙ୍କ ଦୌରାତ୍ମ୍ୟ ହ୍ରାସ କରିବା ପାଇଁ “ବନ୍ଧ୍ୟାକରଣ କେନ୍ଦ୍ର (ସେଣ୍ଟର)” କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ଜିଲ୍ଲା…