ଆଞ୍ଚଳିକ ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ Angul OnlineJune 7, 2022June 7, 2022 ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା । ସେ ନାଗେଶ୍ବରୀଟାଙ୍ଗୀ ହାଉସିଂବୋର୍ଡ କଲୋନିସ୍ଥିତ ତାଙ୍କ ବାସଭବନରେ ଖାଇପିଇ ଶୋଇବାକୁ ଯାଉଥିବା ବେଳେ ତାଙ୍କର ହୃଦ୍ଘାତ ହୋଇଥିଲା । ଆଉ ତାଙ୍କର ପରଲୋକ ଘଟିଥିଲା । ୧୯୪୮ ମସିହାରେ ତାଳଚେରରେ ଜନ୍ମିତ ଅମରେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇଥିଲେ । ସେ ରାଜନୀତି ବିଜ୍ଞାନର ଅନେକ ଉପଯୋଗୀ ପୁସ୍ତକ ରଚନା କରିଛନ୍ତି । ଅବସର ପରେ ଅଧିକାଂଶ ସମୟରେ ବିଭିନ୍ନ ଗଣମାଧ୍ୟମରେ ରାଜନୈତିକ ଆଲୋଚନାରେ ଭାଗ ନେଉଥିଲେ । ଏଥିସହ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ନିୟମିତ ସ୍ତମ୍ଭ ଲେଖୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ତ୍ରୀ ସୁପର୍ଣ୍ଣା ପତି, ଦୁଇ ଝିଅ ଦିପ୍ସା, ଲିପ୍ସା ଓ ଦୁଇ ଜ୍ବାଇଁ ହିମାଂଶୁ ମହାପାତ୍ର ଓ ଡା. ବିଜୟ ମିଶ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। Advertisement
କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳର ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କର ରବିବାର ଦିନ ୬୦ ବର୍ଷ ବୟସରେ ଚିକିସାଧନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।…
ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍ଘାଟିତ ଅନୁଗୁଳ – ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍ଘାଟିତ ହୋଇଛି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…
ପାଞ୍ଚ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ପାଞ୍ଚ ଦଫା ଦାବି ନେଇ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା…