ଆଞ୍ଚଳିକରାଜନୀତି ଉପ ନିର୍ବାଚନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀନୀ କଲେ ନାମାଙ୍କନ ପତ୍ର ଦାଖଲ Angul OnlineJanuary 18, 2021January 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଉପ-ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି (ସୋମବାର) ବିଜୁ ଜନତା ଦଳରେ ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ନାୟକ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛେଳିଆପଡା ପଞ୍ଚାୟତର ବିଜୁ ଜନତା ଦଳ କର୍ମୀମାନେ ଶ୍ରୀମତୀ ନାୟକଙ୍କୁ ନେଇ ଏକ ଶୋଭାଯାତ୍ରାରେ ସମଗ୍ର ପଞ୍ଚାୟତ ବୁଲିବା ସହ ଅନୁଗୁଳ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେ ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ ଅନୁଗୁଳ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ଅନୁଗୁଳ ବ୍ଲକ ବିଜେଡ଼ି ସଭାପତି ସରୋଜ ନାରାୟଣ ସାହୁ , ଅନୁଗୁଳ ଯୁବ ବିଜେଡ଼ି ଉପ ସଭାପତି ସରୋଜ ନାୟକ , ରାଜ୍ୟ ଯୁବ ଉପ ସଭାପତି ସୁଜିତ ଦ୍ବିବେଦୀ , ଅନୁଗୁଳ ବ୍ଲକ ଯୁବ ସଭାପତି ରାକେଶ ନନ୍ଦ , ଅନୁଗୁଳ ବ୍ଲକ ଛାତ୍ର ସଭାପତି ଦିବ୍ୟରଞ୍ଜନ ପ୍ରଧାନ, ଅନୁଗୁଳ ବ୍ଲକ ମହିଳା ସଭାପତି କଲ୍ୟାଣୀ ବିଳାସ , ଜିଲ୍ଲା ପରିଷଦ ସଭ୍ୟା ରୁବି ସାହୁ, ଅନୁଗୁଳ ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ ସମେତ ଛେଳିଆପଡା ପଞ୍ଚାୟତର ବହୁ ଯୁବ କର୍ମୀ ଉପସ୍ଥିତ ଥିଲେ । Advertisement
ସତ୍ୟାଗ୍ରହରେ ଓକିଲ ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ…
ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ ଭୁବନେଶ୍ବର – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର…
ସେଣ୍ଟ୍ରାଲ ଗଣେଶ ପୂଜା କମିଟି ବୈଠକ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ମିଶ୍ରପଡା ସ୍ଥିତ ଏକ ହୋଟେଲର ହଲରେ ଅନୁଗୋଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ…