ଅପରାଧ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ Angul OnlineJune 17, 2022June 17, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅଞ୍ଚଳରେ ଘରେ କେହି ନଥିବା ବେଳେ ଚୋରୀ କରିଛନ୍ତି ଦୁର୍ବୃତ୍ତ । ଅନୁଗୁଳ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଶାବଳଭଙ୍ଗା ଅଞ୍ଚଳର କାମାକ୍ଷା ପ୍ରସାଦ ଜେନା କୌଣସି କାମରେ ଦିଲ୍ଲୀ ଯାଇଥିଲେ । ସେହି ସମୟରେ ତାଙ୍କ ଘରେ କେହି ରହୁ ନଥିଲେ । ଦିଲ୍ଲୀରୁ ଫେରିବା ପରେ ତାଙ୍କ ଘର ଗ୍ରୀଲ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଘରେ ପଶି ଦେଖିଲା ବେଳକୁ ସେ ରଖିଥିବା ୧୦ ହଜାର ଟଙ୍କା, କମ୍ପୁଟର ହାର୍ଡଡିକ୍ସ ଓ ୩ଟି ସୁନା ମୁଦି ଚୋରି ହୋଇଥିଲା । ଏନେଇ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି । Advertisement
ଡ୍ରେନ ସଫେଇକୁ ନେଇ ଉତ୍ତେଜନା – ଗାଁ ମଝିରେ ବୁଲିଲା ଟାଙ୍ଗିଆ(ଭିଡିଓ) ଛେଣ୍ଡିପଦା – ରାସ୍ତା ମଝିରେ ବୁଲେଇଲା ଟାଙ୍ଗିଆ । ଭୟଭୀତ ହୋଇ ବିଳମ୍ବିତ ରାତିରେ ଥାନାର ଦ୍ଵାରସ୍ଥ ହେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି…
ପୂଜା ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ତିନି ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗାଁରେ କାଳୀପୂଜା ପାଇଁ ବିଭିନ୍ନ ଯାନବାହାନରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୩…
ଗାଁ ଦାଣ୍ଡରେ ଯୁବକକୁ ନିର୍ମମ ହତ୍ୟା ଅନୁଗୋଳ – ଅନୁଗୋଳ ଜିଲ୍ଲା ବାଳୁଅକଟା ଗ୍ରାମ ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ଶନିବାର ରାତି ପ୍ରାୟ ସାଢେ ନଅଟା ବେଳେ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରା…