ରାଜନୀତି ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ Angul OnlineJune 27, 2022June 27, 2022 ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥୀ ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ , ଓଡିଶା ସରକାରଙ୍କର ଓ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ବିଶେଷ କରି ନାଲକୋ , ଟାଟା ଓ ପାଓ୍ବାର ଗ୍ରୀଡ ରାଷ୍ଟ୍ରାୟତ ଉଦ୍ୟୌଗ ଗୁଡିକର ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଓ CSR ପାଣ୍ଠିରୁ ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଦରକାର ପଡିଲେ ଜନସାଧାରଣ ମାନଙ୍କର ସ୍ବାର୍ଥ ଓ ହକ୍ ପାଇଁ ଆଗାମୀ ସମୟରେ ଜନ ଆନ୍ଦୋଳନ ପାଇଁ ମଧ୍ୟ ଆହ୍ବାନ କରିଥିଲେ । ସାଂସଦଙ୍କ ଜନ ସମ୍ପର୍କ ପ୍ରତିନିଧୀ ନରେଶ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥୀ ଭାବେ ସାଂସଦଙ୍କ ପ୍ରତିନିଧୀ ଶ୍ରୀଯୁକ୍ତ ଭକ୍ତି ପ୍ରଶାଦ ଦାସ , ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଓ ସାଂସଦ ଙ୍କ ମୁନିସିପାଲିଟି ପ୍ରତିନିଧୀ ପୂର୍ଣଚନ୍ଦ୍ର ରାଉତ ସାମିଲ ହୋଇ ଓଡିଶା ସରକାର ଓ ସାଂସଦ ଙ୍କ ଜନସମ୍ପର୍କ ଅଭିଜାନ ବିଷୟରେ ଉଦଭୋଦନ ଦେଇଥିଲେ । Advertisement
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…
ପୌରାଧ୍ୟକ୍ଷ ପାଇଁ ନାମାଙ୍କନ କଲେ ସର୍ବ କନିଷ୍ଠ ପ୍ରାର୍ଥୀ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଆଜି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ…
କୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଗିରଫ ପ୍ରତିବାଦ – କଂଗ୍ରେସର ଧାରଣା ଅନୁଗୁଳ – ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ମୃତକଙ୍କ ପରିବାରକୁ ଦେଖା କରିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ…