ଅପରାଧମୁଖ୍ୟ ଖବର ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ Angul OnlineJanuary 19, 2021January 19, 2021 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ , ଚୋରା ଡିଜେଲ ଓ ଗୁଟଖା ଜବତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପିତାବଳୀ ଛକରେ ଥିବା ଏକ ରାସନ ଦୋକାନରେ ବିଦେଶୀ ମଦ , ଚୋରା ଡିଜେଲ ମିଳୁଥିବା ସୂଚନା ପାଇ ସ୍ପେସିଆଲ ସ୍କ୍ବାର୍ଡ ଚଢାଉ କରିଥିଲା । ଚଢାଉ ବେଳେ ଉକ୍ତ ରାସନ ଦୋକାନ ସମେତ ଏକ କେବିନ ଓ ଦୋକାନ ମାଲିକଙ୍କ ଘରୁ ୫୦ ପେଟିରୁ ଉର୍ଦ୍ଧ୍ବ ବିଦେଶୀ ମଦ ସହିତ ପ୍ରାୟ ୧୦୦୦ଲିଟରରୁ ଉର୍ଦ୍ଧ୍ବ ଚୋରା ଡିଜେଲ ଓ ବିପୁଳ ପରିମାଣର ଗୁଟଖା ଜବତ କରିଥିଲା । ଏହି ଚୋରା କାରବାରରେ ସଂପୃକ୍ତି ଥିବା ନେଇ ଦୁଇଜଣଙ୍କୁ ଅଟକ ରଖିବା ସହ ୩ ଟି ପିକଅପ ଭ୍ୟାନ ମଧ୍ୟ ଅଟକ ରଖିଛି ସ୍ପେସିଆଲ ସ୍କ୍ବାର୍ଡ । ଖବର ଲେଖା ହେବା ସୁଦ୍ଧା ସ୍ପେଶାଲ ସ୍କ୍ବାର୍ଡର ଚଢାଉ ଜାରି ରହିଛି । Advertisement
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ବାଘ ଶିକାର କରି ଚାରି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…
ମାଉଜର ଦେଖାଇ ବଟି ଆଦାୟ – ନାବାଳକ ସହ ୩ ଜଣକୁ କାବୁ କଲା ପୁଲିସ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ପାଉଁଶ ପୋଖରୀରେ ନିୟୋଜିତ ଏକ ଠିକାସଂସ୍ଥାର ସୁପରଭାଇଜର୍ଙ୍କୁ ମାଉଜର୍ ଓ ଭୁଜାଲି ଦେଖାଇ ୧୦ ହଜାର ଟଙ୍କା ବଟି…