ଆଞ୍ଚଳିକ ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ Angul OnlineJuly 5, 2022July 5, 2022 ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିଲା । ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଥିଲେ ଗ୍ରାମବାସୀ । ଏ ନେଇ ଅନେକ ଥର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଶେଷରେ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି । ବାଘୁଆନାଳି ଗ୍ରାମବାସୀ ଙ୍କ କହିବା କଥା , ପୋକଣ୍ଡାରୁ ବାଘୁଆନାଳି ଗ୍ରାମକୁ ସଂଯୋଗ କରୁଥିବା ୨ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିଲା । ଏହା ପଞ୍ଚାୟତ ଅଧୀନରେ ରହିଛି । ହେଲେ ମରାମତି କରାଯାଉ ନ ଥିବା ଯୋଗୁ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଉଛି । ଫଳରେ ଲୋକେ ଯାତାୟାତ କରିପାରୁନାହାନ୍ତି । ଗ୍ରାମବାସୀ ପକ୍କା ରାସ୍ତା ପାଇଁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରୁ ନ ଥିଲା । ଫଳରେ ଲୋକେ ନିଜ ନିଜ ଭିଆତ୍ରେ ଚାନ୍ଦା କରିବା ସହ ନିଜେ ପରିଶ୍ରମ କରି ରାସ୍ତା ମରାମତି କରିଛନ୍ତି । Advertisement
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…
ମହିଳା ଲାବ ଟେକନିସିଆନଙ୍କୁ ଏକ ତରଫା ପ୍ରେମ କରି ନିର୍ଧୁମ ଛେଚା ଖାଇଲେ ଲାଵ ଟେକନିସିଆନ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ଲାବ ଟେକନିସିଆନଙ୍କୁ ଏକ ତରଫା ପ୍ରେମ କରି ଛେଚା ଖାଇଲେ ପୁରୁଷ ଲାବ ଟେକନିସିଆନ । ଆଉ…