ଅପରାଧ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିଲେ ସାଇବର ଠକ Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦୌରାତ୍ମ ଥମିବାରେ ନାଁ ନେଉନାହିଁ । ପ୍ରାୟ ପ୍ରତ୍ଯେକ ଦିନ ଜିଲ୍ଲାର କାହାକୁ ନା କାହାକୁ ଟାର୍ଗେଟ କରି ସାଇବର ଠକମାନେ ଲୁଟ ଚଳାଇଛନ୍ତି । ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପୁଣି ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ ( ୩୫ ) ନାମକ ଜଣେ କର୍ମଚାରୀଙ୍କ ମୋବାଇଲ ନମ୍ବରକୁ ସୋମବାର ଏକ ଅଜଣା ନାମବାରରୁ ଏକ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲେ ତୁମ କ୍ରେଡିଟ କାର୍ଡର ସ୍ବାସ୍ଥ୍ୟ ବୀମା ଆକ୍ଟିଭେଟ ହୋଇଯାଇଛି । ଏହାକୁ ରଖିବାକୁ ଚାହୁଁଛ ନା କାଟିବାକୁ ଚାହୁଁଛ । ଜ୍ୟୋତି ଏହାକୁ କାଟିବା ପାଇଁ କହିଥିଲେ । ଏହାପରେ ସାଇବର ଲୁଟେରା କହିବା ଅନୁସାରେ ଜ୍ୟୋତି ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରି ଦେଇଥିଲେ । ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ଦୁଇଟି କିସ୍ତିରେ ୭୨ ହଜାର ଟଙ୍କା ଚାଲିଯାଇଥିଲା । ଏ ନେଇ ଜ୍ୟୋତି ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ଅନୁଗୋଳ – ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି…
ତିନି ଆନ୍ତଃଜିଲ୍ଲା ଡକାୟତ ଗିରଫ – ଜିଲ୍ଲାରେ ୧୯ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା କରିଥିଲେ ଲୁଟ ଛେଣ୍ଡିପଦା-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା l ୭ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଠାବ କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ…
ଧାର ଆକାରରେ ଟଙ୍କା ନେଇ ମହିଳା ଚମ୍ପଟ – ଥାନର ଦ୍ଵାରସ୍ଥ ହେଲେ ମହିଳା ଅନୁଗୁଳ – ଟଙ୍କା ଧାର ଆକାରରେ ନେଇ ମହିଳା ଚମ୍ପଟ । ଏ ନେଇ ଥାନାରେ ଅଭିଯୋଗ କଲେ ମହିଳା । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ…